Latest Odisha News

BREAKING NEWS

ସୁ-୩୦ ଏମକେଆଇ ଯୁଦ୍ଧ ବିମାନରେ ‘ଅସ୍ତ୍ର’ର ସଫଳ ପରୀକ୍ଷଣ; ୧୦୦ କିଲୋମିଟରରୁ ଅଧିକ…

ବାଲେଶ୍ୱର: ଶନିବାର ସୁ-୩୦ ଏମକେଆଇ ଯୁଦ୍ଧ ବିମାନରେ ‘ଅସ୍ତ୍ର’ର ସଫଳ ପରୀକ୍ଷଣ ହୋଇଛି । ଡିଆରଡିଓ ଏବଂ ଭାରତୀୟ ବାୟୁସେନାର ମିଳିତ ଉଦ୍ୟମରେ ସ୍ବଦେଶୀ ରେଡିଓ ଫ୍ରିକ୍ୱେନ୍ସି ସିକର୍‌ ଲାଗିଥିବା ଏହି କ୍ଷେପଣାସ୍ତ୍ରକୁ ସୁ-୩୦ ଏମ୍‌କେ-ଆଇ ଯୁଦ୍ଧ ବିମାନରୁ ପରୀକ୍ଷଣ କରାଯାଇଛି ।

ଓଡ଼ିଶା ଉପକୂଳ ଚାନ୍ଦିପୁର ଠାରେ ଦୃଶ୍ୟମାନ ପରିଧିଠାରୁ ବାହାରେ ଆକାଶମାର୍ଗରୁ ଆକାଶମାର୍ଗକୁ ଲକ୍ଷ୍ୟ ଭେଦ କରିପାରୁଥିବା (ବିଭିଆର୍‌ଏଏଏମ୍‌) ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି ।

ପରୀକ୍ଷଣ ସମୟରେ ଭିନ୍ନଭିନ୍ନ ସ୍ତର, ଦିଗ, ଉତକ୍ଷେପଣ ପରିସ୍ଥିତିରେ ଥିବା ଦୁଇଟି ମାନବବିହୀନ ଆକାଶମାର୍ଗ ଲକ୍ଷ୍ୟକୁ ଭେଦ କରିବା ଲାଗି ଦୁଇଟି କ୍ଷେପଣାସ୍ତ୍ରକୁ ପ୍ରୟୋଗ କରାଯାଇଥିଲା । ଉଭୟ କ୍ଷେତ୍ରରେ, କ୍ଷେପଣାସ୍ତ୍ରଗୁଡ଼ିକ ସମ୍ପୂର୍ଣ୍ଣ ସଠିକ ଭାବେ ଲକ୍ଷ୍ୟଗୁଡ଼ିକୁ ଧ୍ୱଂସ କରିଥିଲା । ପରୀକ୍ଷଣ ସମୟରେ, ସମସ୍ତ ଉପ-ପ୍ରଣାଳୀ ଆଶା ଅନୁଯାୟୀ କାର୍ଯ୍ୟ କରିଥିଲା ।

ଚାନ୍ଦିପୁରର ସମନୱିତ ପରୀକ୍ଷଣ ରେଞ୍ଜ ଟ୍ରାକିଂ ଉପକରଣ ଦ୍ୱାରା କଏଦ ହୋଇଥିବା ଉଡ଼ାଣ ତଥ୍ୟ ମାଧ୍ୟମରେ ‘ଅସ୍ତ୍ର’ ଯୁଦ୍ଧାସ୍ତ୍ର ପ୍ରଣାଳୀର ତ୍ରୁଟିହୀନ କାର୍ଯ୍ୟଦକ୍ଷତାକୁ ଯାଞ୍ଚ କରାଯାଇଥିଲା। ଏହି ସଫଳ ଉଡ଼ାଣ ପରୀକ୍ଷଣ ସୱଦେଶୀ ଭାବେ ନିର୍ମିତ ସିକର୍‌ ସହିତ ‘ଅସ୍ତ୍ର’ ଯୁଦ୍ଧାସ୍ତ୍ର ପ୍ରଣାଳୀର ସଠିକ ଲକ୍ଷ୍ୟଭେଦ କ୍ଷମତା ଏବଂ ଭରସାଯୋଗ୍ୟ କାର୍ଯ୍ୟଦକ୍ଷତାକୁ ପୁନଃ ପ୍ରମାଣିତ କରିଥିଲା ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆରଏଫ୍‌ ସିକରରୁ ଡିଜାଇନ ଏବଂ ବିକାଶରେ ଜଡ଼ିତ ଡିଆର୍‌ଡିଓ, ଆଇଏଏଫ୍‌ ଓ ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରଶଂସା କରିଛନ୍ତି ।

Comments are closed.