Latest Odisha News

BREAKING NEWS

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ଦିନିକିଆ ଏବଂ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ୍‌ରେ ଶୁଭମନ୍ ଗିଲ୍ କ୍ୟାପ୍ଟେନ୍ସି ସମ୍ଭାଳିବାକୁ ଥିବା ବେଳେ କେ.ଏଲ୍. ରାହୁଲଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ଶ୍ରେୟସ ଆୟର ଏବଂ ଜସପ୍ରୀତ ବୁମରା ଏସିଆନ୍ ଗେମ୍ସ ୨୦୨୬ରେ ବ୍ୟସ୍ତ ରହିବାକୁ ଥିବାରୁ ଦିନିକିଆ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି । ପଞ୍ଜାବର ଅଲରାଉଣ୍ଡର ନମନ ଧୀର ଏବଂ ଜମ୍ମୁ-କଶ୍ମୀରର ଦ୍ରୁତ ବୋଲର ଆକିବ ନବୀଙ୍କୁ ପ୍ରଥମ ଥର ପାଇଁ ଦିନିକିଆ ଦଳରେ ସାମିଲ କରାଯାଇଛି । ଋଷଭ ପନ୍ତଙ୍କୁ ପୁଣି ଥରେ ଦଳରେ ସୁଯୋଗ ମିଳିନଥିବା ବେଳେ ଧ୍ରୁବ ଜୁରେଲଙ୍କୁ ବ୍ୟାକଅପ୍ ୱିକେଟକିପର ଭାବେ ବଛାଯାଇଛି ।

ପନ୍ତଙ୍କୁ ଇରାନୀ କପରେ ରେଷ୍ଟ ଅଫ୍ ଇଣ୍ଡିଆର ଅଧିନାୟକ କରାଯାଇଛି । ଫିଟନେସ୍ ସମସ୍ୟା ଯୋଗୁଁ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ବାଦ୍ ପଡ଼ିଛନ୍ତି । ମହମ୍ମଦ ସିରାଜ ଦୀର୍ଘ ଦିନ ପରେ ଦିନିକିଆ ଦଳକୁ ଫେରି ପେସ୍ ବୋଲିଂର ନେତୃତ୍ୱ ନେବେ । ତାଙ୍କ ସହ ରୁତୁରାଜ ଗାଏକୱାଡ୍ ମଧ୍ୟ ଦଳକୁ ଫେରିଛନ୍ତି । ଅକ୍ଟୋବର ୬ରୁ ଆରମ୍ଭ ହେବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ଓ ସିରିଜ୍‌ରେ ଶ୍ରେୟସ  କ୍ୟାପ୍ଟେନ୍ ଭାବେ ଫେରିବେ । ଏହି ଦଳରେ ଜସପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇ ପ୍ରିନ୍ସ ଯାଦବ ଓ ମୟଙ୍କ ଯାଦବଙ୍କୁ ସୁଯୋଗ ମିଳିଛି ।

ଦିନିକିଆ ଦଳ: ଶୁଭମନ୍ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ରୁତୁରାଜ ଗାଏକୱାଡ୍, କେ.ଏଲ୍. ରାହୁଲ (ଉପ-ଅଧିନାୟକ), ଧ୍ରୁବ ଜୁରେଲ, ନୀତିଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣ, ଗୁରନୂର ବ୍ରାର୍, ମହମ୍ମଦ ସିରାଜ, ଆକିବ ନବୀ, ଯଶସ୍ୱୀ ଜୈସୱାଲ, ନମନ ଧୀର।

ଭାରତୀୟ ଟି୨୦ ଦଳ:
ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର‌୍ୟ୍ୟବଂଶୀ, ଇଶାନ କିଷାନ (ୱିକେଟକିପର), ସଞ୍ଜୁ ସାମସନ (ୱିକେଟକିପର), ତିଲକ ବର୍ମା (ଉପ-ଅଧିନାୟକ), ଶିବମ ଦୁବେ, କୁଲଦୀପ ଯାଦବ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ନୀତିଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ, ମୟଙ୍କ ଯାଦବ।

Leave A Reply

Your email address will not be published.