ଅହମ୍ମଦାବାଦ: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ଜିତିବା ସହ ସିରିଜକୁ ଆଗୁଆ କବଜା କରିଛି ଭାରତ । ଗତକାଲି ଅହମ୍ମଦାବାଦରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ୪୪ ରନରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ୨୩୮ ରନ୍ ବିଜୟ ଲକ୍ଷ୍ୟର ପିଛା କରି କାରାବେଆନ୍ ଟିମ୍ ୧୯୩ ରନରେ ଅଲଆଉଟ୍ ହୋଇଥିଲା । ଏଥିସହ ସିରିଜକୁ ୨-୦ରେ ଆଗୁଆ କବଜା କରିଛି ।
ଅହମ୍ମଦାବାଦ ଦ୍ୱିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ । ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୨୩୭ ରନ୍ କରିଥିଲା । ଦଳ ପକ୍ଷରୁ ସୂର୍ୟ୍ୟକୁମାର ଯାଦବ ସର୍ବାଧିକ ୬୪ ଓ ଲୋକେଶ ରାହୁଲ ୪୯ ରନ୍ କରିଥିଲେ ।
୨୩୮ ରନ୍ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜକୁ ପ୍ରଥମରୁ ଝଟକା ଦେଇଥିଲେ ଟିମ୍ ଇଣ୍ଡିଆ ବୋଲର । ମାତ୍ର ୭୬ ରନରେ ଭ୍ରମଣକାରୀ ଦଳର ଅଧା ବ୍ୟାଟ୍ସମ୍ୟାନ୍ ପାଭିଲନ୍ ଫେରିଥିଲେ । ପ୍ରସିଦ୍ଧି କ୍ରିଷ୍ଣା ୯ ଓଭର ବୋଲିଂ କରି ମାତ୍ର ୧୨ ରନ୍ ଦେଇ ୪ ୱିକେଟ ନେଇଥିଲେ । ସାର୍ଦ୍ଦୁଲ ଠାକୁର ଦୁଇଟି ଓ ଅନ୍ୟମାନେ ଗୋଟିଏ ଲେଖାଏ ୱିକେଟ ଖସାଇଥିଲେ ।
BREAKING NEWS
- MY Bharat-National Sports Day ପାଇଁ ପ୍ରସ୍ତୁତି ଜୋରଦାର: କ୍ରୀଡା ପ୍ରତି ବଢିବ ଆଗ୍ରହ
- ଦୁଇ ବର୍ଷରେ ସାପକାମୁଡ଼ାରେ ଏହି ଜିଲ୍ଲାରେ ଗଲାଣି ୮୯ରୁ ଅଧିକ ଜୀବନ; ପାଲଟିଛି ଚିନ୍ତାର ବିଷୟ
- ଦିନକ ପରେ ରାକ୍ଷୀ ବାନ୍ଧିଥାନ୍ତେ ରକ୍ଷା ପାଇଁ…ହେଲେ ଭକ୍ଷକ ସାଜିଲା ଭାଇ, ଦୁଇ ଭଉଣୀଙ୍କୁ ଗୁଳି କରି ମାରିଲା…
- Cuttack Bali Yatra: ଉଭୟ ଉପର, ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ
- MMDR ସଂଶୋଧିତ ଆଇନକୁ ନେଇ ବିରୋଧୀଙ୍କ ଜୋରଦାର ବିରୋଧ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲା କଂଗ୍ରେସ, କଟାକ୍ଷ କଲା ବିଜେପି
- Asia Rugby Emirates Sevens Series: ଏସିଆ ରଗ୍ବୀ ସେଭେନ୍ସ ସିରିଜ୍ ପାଇଁ ଭାରତୀୟ ଦଳIଘୋଷଣା; ୬ ଓଡ଼ିଆ ଖେଳାଳି ସାମିଲ
- Nepal Flood: ନେପାଳରେ ପ୍ରକୃତିର କରାଳ ରୂପ, ଭୟଙ୍କର ବନ୍ୟାରେ ଧୋଇଗଲା ପୂରା ଗାଁ, ୧୦୫ ଭାରତୀୟ ନିଖୋଜ…
- ଅଗଷ୍ଟ ୨୮ରେ ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କେଉଁଠି ହେବ ଦୃଶ୍ୟମାନ…
- ସିଲେକ୍ସନ ନୁହେଁ ଏଥର ଓସିଏରେ ନିର୍ଵାଚନ !
- Maoist Dump: ଜଙ୍ଗଲରୁ ମାଓବାଦୀ ଡମ୍ପ ଠାବ;ଦେଶୀ ବନ୍ଧୁକ, ଆଇଡି ଓ ବିସ୍ଫୋରକ ଜବତ

Comments are closed.