ଚାନ୍ଦିପୁର: ହାଇସ୍ପିଡ଼ ଏକ୍ସପେଣ୍ଡେବଲ୍ ଏରିୟଲ ଟାର୍ଗେଟ(ହିଟ୍) ବା ଅଭ୍ୟାସର ପରୀକ୍ଷଣ ସଫଳତାର ସହ ହୋଇଛି। ଚାନ୍ଦିପୁରର ଇଣ୍ଟିଗ୍ରେଟେଡ଼ ଟେଷ୍ଟ ରେଞ୍ଜରୁ ଏହି ଉତକ୍ଷେପଣ କରିଛି ଡ଼ିଆରଡ଼ିଓ। ବିଭିନ୍ନ କ୍ଷେପଣାସ୍ତ୍ର ଓ ବିମାନର ପରୀକ୍ଷଣବେଳେ ଏହାକୁ ଆକାଶରେ ଦ୍ରୁତ ଗତି କରୁଥିବା ଏକ ଟାର୍ଗେଟ ବା ଲକ୍ଷ୍ୟଭାବେ ବ୍ୟବହାର କରାଯିବ। ଏହା ରାଡ଼ାର ଓ ଇଲେକ୍ଟ୍ରୋ ଅପଟିକ ସିଷ୍ଟମ ଦ୍ୱାରା ପରିଚାଳିତ। ଅଭ୍ୟାସ ହେଉଛି ଏକ ଚାଳକ ବିହୀନ ଦ୍ରୁତଗାମୀ ଟାର୍ଗେଟ ଏୟାରକ୍ରାଫ୍ଟ।
ଅଭ୍ୟାସ ଏକ ଛୋଟ ଗ୍ୟାସ ଟର୍ବାଇନ ଇଞ୍ଜିନ ଏବଂ ଏହା ଏମଇଏମଏସ ନାଭିଗେସନ୍ ସିଷ୍ଟମରେ କାମ କରେ। ପରୀକ୍ଷଣ ସମୟରେ ଧ୍ୱନି ବେଗରେ ପୂର୍ବ ନିର୍ଦ୍ଧାରିତ ଉଡ଼ାଣ ପଥରେ ଏକ ଗ୍ରାଉଣ୍ଡ ଆଧାରିତ ନିୟନ୍ତ୍ରଣକରୁ ଟାର୍ଗେଟକୁ ଉତକ୍ଷେପଣ କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ଏକ ମହତ୍ୱ ପୂର୍ଣ୍ଣ ସୁବିଧା ପ୍ରଦାନ କରେ। କାରଣ ଏହା ବିଭିନ୍ନ କ୍ଷେପଣାସ୍ତ୍ର ପ୍ରଣାଳୀର ମୂଲ୍ୟାଙ୍କନ ପାଇଁ ଏକ ବିମାନ ଲକ୍ଷ୍ୟଭାବେ ବ୍ୟବାହର କରାଯାଇପାରିବ। ରେଡ଼ିଓ ଆଲ୍ଟିମିଟର ସହିତ ଅସ୍ତ୍ରର ନିମ୍ନ ଉଚ୍ଚତା ଉଡ଼ାଣ କ୍ଷମତା ମଧ୍ୟ ପ୍ରଦର୍ଶନ କରାଯାଇଥିଲା।
Comments are closed.