ଇପୋ: ମାଲେସିଆର ଇପୋଠାରେ ଖେଳାଯାଉଥିବା ସୁଲତାନ ଆଜଲାନ୍ ଶାହ କପ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ଫାଇନାଲରେ ପ୍ରବେଶ କରିଛି ।
ବୁଧବାର ରାତିରେ ଅନୁଷ୍ଠିତ ହୋଇଥିବା ଏକ ମ୍ୟାଚରେ ଭାରତ ଚମତ୍କାର ଖେଳ ପ୍ରଦର୍ଶନ କରି କାନାଡ଼ାକୁ ୭-୩ ଗୋଲରେ ପରାସ୍ତ କରିପାରିଛି । ଏହାଫଳରେ ଭାରତ ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି ।
ଦୀର୍ଘବର୍ଷ ପରେ ଭାରତର ଏହି ସମ୍ମାନଜନକ ଆଜଲାନ୍ ଶାହ କପ ହକି ଟୁର୍ଣ୍ଣାମେଣ୍ଟଜିତିବା ଆଶା ଉଜ୍ଜିବିତ ହୋଇଛି ।
ଭାରତ ଫାଇନାଲରେ ପ୍ରବେଶ କରିବାକୁ ଆଜିର ମ୍ୟାଚରେ ସୁନିଶ୍ଚିତ ବିଜୟର ଆବଶ୍ୟକତା କରୁଥିଲା । ଅପେକ୍ଷାକୃତ ଦୁର୍ବଳ କାନାଡ଼ା ବିପକ୍ଷରେ ଭାରତ ପକ୍ଷରୁ ମନଦୀପ ସିଂହ ଏକାକୀ ୩ଟି ଗୋଲ ସ୍କୋର କରିଥିବା ବେଳେ, ବରୁଣ କୁମାର, ଓଡ଼ିଆ ଖେଳାଳି ଅମିତ ରୋହିଦାସ, ବିବେକ ପ୍ରସାଦ ଏବଂ ନୀଳକଣ୍ଠ ଶର୍ମା ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ ।
Comments are closed.