ସମରକନ୍ଦ: ପୁଣି ବିଶ୍ବସ୍ତରରେ ଭାରତକୁ ବଡ଼ ପଦବୀ ସହ ସମ୍ମାନ ମିଳିଛି । ଆସନ୍ତା ବର୍ଷ ଭାରତ ସାଂଘାଇ ସହଯୋଗ ସଂଗଠନ ବା ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି । ଏହାସହ ଭାରତ ସଂଗଠନର ସଭାପତି ପଦ ଗ୍ରହଣ କରିବ ବୋଲି ନିଷ୍ପତ୍ତି ହୋଇଛି । ଉଜବେକିସ୍ତାନରେ ଚାଲିଥିବା ଏସସିଓ ବୈଠକ ବେଳେ ଏ ନେଇ, ଉଜବେକିସ୍ତାନ ରାଷ୍ଟ୍ରପତି, ଋଷ ରାଷ୍ଟ୍ରପତି ଏବଂ ଚୀନ ରାଷ୍ଟ୍ରପତି ମଧ୍ୟ ଭାରତକୁ ସମର୍ଥନ କରିଛନ୍ତି । ଏହା ସହିତ ନୂଆ ସଭାପତି ଭାରତକୁ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ୍ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ତିତିରେ ଭାରତକୁ ସବୁ ପ୍ରକାରର ସହଯୋଗ କରାଯିବ ବୋଲି ଜିନପିଙ୍ଗ୍ ପ୍ରତିଶ୍ରୁତି ଦେଇଛନ୍ତି ।
As a result #SCOSamarkandSummit, India will host next SCO summit as a chairman of Organization in 2023.We will do our best to assist India, our strategic partner, in the implementation of this responsible mission.@MEAIndia
— Vladimir Norov (@VladimirNorov) September 16, 2022
ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ସାଂଘାଇ ସହଯୋଗ ସଂଗଠନର ନୂଆ ସଭାପତି ଭାରତକୁ ଅଭିନନ୍ଦନ ଜଣାଇବା ସହ ସମର୍ଥନ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଏସବୁ ଆଲୋଚନା ହୋଇ ନିଷ୍ପତ୍ତି ହୋଇଛି ।
#WATCH | Prime Minister Narendra Modi and Uzbekistan President Shavkat Mirziyoyev hold a meeting in Samarkand, Uzbekistan on the sidelines of the SCO Summit.
(Source: DD) pic.twitter.com/GN3fyhi2ii
— ANI (@ANI) September 16, 2022
ଏହି ସମ୍ମିଳନୀରେ ମୋଦୀ କହିଛନ୍ତି ଯେ, ସଂଗଠନର ସବୁ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଓ ଭରସାକୁ ଭାରତ ସବୁବେଳେ ସମ୍ମାନ ଦେବାସହ ସମର୍ଥନ କରୁଛି । କରୋନା ମହାମାରୀ ପରେ ସ୍ବାସ୍ଥ୍ୟକ୍ଷେତ୍ରରେ ସବୁ ରାଷ୍ଟ୍ର ଏକଜୁଟ ହୋଇ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି । ଆଲୋଚନା ବେଳେ ଦୁଇ ନେତା ହସଖୁସିରେ ଆଲୋଚନା କରିଥିବା ଦେଖିବାକୁ ମିଳିଛି ।
Comments are closed.