Latest Odisha News

BREAKING NEWS

ମହାଆଡ଼ମ୍ବରରେ ହେବ କଳିଙ୍ଗ ବାଲିଯାତ୍ରା ମହୋତ୍ସବ

ପାରାଦୀପ: ଏବର୍ଷ କମ୍ପିବ କଳିଙ୍ଗ ବାଲିଯାତ୍ରା ମହୋତ୍ସବ । ମହାମାରୀ କରୋନା ପାଇଁ ବିଗତ ୨ ବର୍ଷ ହେଲା ପାରାଦୀପର ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା ବନ୍ଦ ରହିଥିଲା । ଏ ବର୍ଷ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ମହାଆଡ଼ମ୍ବରରେ ହେବ । ଏନେଇ ସୂଚନା ଦେଇଛନ୍ତି ବାଲିଯାତ୍ରା କମିଟିର ଅଧ୍ୟକ୍ଷା ତଥା ଜିଲ୍ଲାପାଳ ପାରୁଲ ପଟାୱାରୀ ।

୭ ଦିନ ଧରି ଆୟୋଜିତ ହେଉଥିବା କଳିଙ୍ଗ ବାଲିଯାତ୍ରା ମହୋତ୍ସବକୁ ୨ ଦିନ ବଢାଇବା ପାଇଁ ପ୍ରସ୍ତାବ ଦିଆଯାଇଛି । ବାଲିଯାତ୍ରା ସମୟର ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ପାରାଦୀପ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଚଳିତ ବର୍ଷ ବନ୍ଦ ହୋଇଥିବା ବେଳେ ବାଲିଯାତ୍ରା ଧୂମାଧାମରେ ହେବ । ଯାହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ବନ୍ଦରନଗରୀ ବାସିନ୍ଦା । ଏଥର ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟର କଳାକାରଙ୍କ ସହିତ ସ୍ଥାନୀୟ ପ୍ରତିଭାଙ୍କୁ ସୁଯୋଗ ମିଳିବ ।

Leave A Reply

Your email address will not be published.