Latest Odisha News

ଶୌଚାଳୟ ଯିବା ବେଳେ ବିଦ୍ୟାଳୟ କାନ୍ଥ ପଡ଼ି ଛାତ୍ରୀଙ୍କ ମୃତ୍ୟୁ

ଗୁଣୁପୁର: ବିଦ୍ୟାଳୟରେ ଅଘଟଣ । ଶୌଚାଳୟ ଯିବା ବେଳେ ବିଦ୍ୟାଳୟ ଫାଟକ କାନ୍ଥ ପଡ଼ି ଜଣେ ଛାତ୍ରୀଙ୍କ ମୃତ୍ଯୁ ହୋଇଛି । ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଶୁକ୍ରବାର ଘଟିଛି । ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ଆହୁତି ଶବର ବିଦ୍ୟାଳୟ କାନ୍ଥ ପଡ଼ି ମୃତ୍ୟୁବରଣ କରିଛନ୍ତି ।

ଆହୁତି ଶୌଚାଳୟ ଯିବା ସମୟରେ ବିଦ୍ୟାଳୟ ଗେଟ୍ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଏହା ଦେଖି ନିକଟରେ କାମ କରୁଥିବା କିଛି ଶ୍ରମିକ ପିଲାଟିକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ପଦ୍ମପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଆହୁତିକୁ ଗୁଣୁପୁର ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ଆହୁତିକୁ ମୃତ ଘୋଷଣା କରିଛନ୍ତି ।

ଘଟଣା ପରେ ବ୍ଲକ ଶିକ୍ଷା ଅଧିକାରୀ ସ୍କୁଲକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ବିଦ୍ୟାଳୟ ଫାଟକ କାନ୍ଥଟି ବିନା ପିଲାରରେ ହୋଇଥିବାରୁ ଗେଟର ଓଜନ ସମ୍ଭାଳି ନପାରି ପଡ଼ି ଯାଇଥିବା ଲୋକେ କହିଛନ୍ତି ।

Leave A Reply

Your email address will not be published.