Latest Odisha News

BREAKING NEWS

ଆଫଗାନିସ୍ତାନ ପ୍ରସଙ୍ଗରେ ଆସନ୍ତା ୧୦ ତାରିଖରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ : ଆସନ୍ତା ୧୦ ତାରିଖରେ ବସିବ ଆଫଗାନିସ୍ତାନ ବ୍ୟାପାର ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ବୈଠକ । ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଋଷ, ଇରାନ ଓ ବିଭିନ୍ନ କେନ୍ଦ୍ର ଏସୀୟ ରାଷ୍ଟ୍ର ଯୋଗ ଦେବେ । ହେଲେ ବୈଠକରେ ଯୋଗ ଦେବନି ପାକିସ୍ତାନ । ସେହିପରି ଚୀନ ଏଯାଏଁ ନିଜ ନିଷ୍ପତ୍ତି ପ୍ରକାଶ କରିନାହିଁ । ଜାତୀୟ ନିରାପତ୍ତା ପରାମର୍ଶଦାତା ବା ଏନଏସଏ ସ୍ତରରେ ଏହି ବୈଠକର ଆୟୋଜନ ହେଉଛି । ଏହି ବୈଠକରେ ଅଧ୍ୟକ୍ଷତା କରିବେ ଭାରତର ଏନଏସଏ ଅଜିତ ଡୋଭାଲ ।

ଗତ ୨୦୧୮ ସେପ୍ଟେମ୍ବର ଓ ୨୦୧୯ ଡିସେମ୍ବରରେ ଏହି ବୈଠକ ବସିଥିଲା । ମାତ୍ର କୋଭିଡ ଯୋଗୁ ଏହି ବୈଠକ ଗତବର୍ଷ ବସିପାରି ନଥିଲା । ଆଫଗାନିସ୍ତାନରେ ଶାନ୍ତି ଓ ସ୍ଥିରତା ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବ । ବୈଠକରେ ଯୋଗ ନଦେବା ସଂକ୍ରାନ୍ତ ପାକିସ୍ତାନର ନିଷ୍ପତ୍ତି ଦୁର୍ଭାଗ୍ୟଜନକ । ମାତ୍ର ଆଶ୍ଚର୍ଯ୍ୟଜନକ ନୁହେଁ ବୋଲି କହିଛି ଭାରତ । ଆଫଗାନିସ୍ତାନ ମାଟିରୁ ଆତଙ୍କବାଦୀ କାର୍ଯ୍ୟକଳାପ ଭାରତ ବିରୋଧରେ ହେବାର ଯଥେଷ୍ଟ ଆଶଙ୍କା ଥିବାରୁ ଏହି ବୈଠକ ଭାରତ ଲାଗି ଗୁରୁତ୍ବ ବହନ କରୁଛି । ତେବେ ବୈଠକରେ ଯୋଗ ନଦେବା ଲାଗି ପାକିସ୍ତାନର ଘୋଷଣାକୁ ନେଇ ପାକିସ୍ତାନର ଦୋମୁହାଁ ନୀତି ପ୍ରକାଶ ପାଇଛି ।

Comments are closed.