Latest Odisha News

BREAKING NEWS

ରବି ଶାସ୍ତ୍ରୀ ହେବେ ନୂତନ ଆଇପିଏଲ ଟିମ ଅହମ୍ମଦାବାଦର କୋଚ !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପରେ ରବି ଶାସ୍ତ୍ରୀଙ୍କ ଭାରତୀୟ ଟିମର କୋଚ ଦାୟିତ୍ୱ ସମ୍ପୂର୍ଣ୍ଣ ହେବ । ତାଙ୍କ ସ୍ଥାନରେ ମଙ୍ଗ ଧରିବେ ଦି ୱାଲ ଭାବେ ପରିଚିତ ରାହୁଲ ଦ୍ରାବିଡ । ତେବେ ଏହା ପରେ ଶାସ୍ତ୍ରୀ କଣ କରିବେ ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ୨୦୨୨ରେ ଆଇପିଏଲରେ ୮ ବଦଳରେ ୧୦ ଟିମ ଖେଳିବେ । ନୂତନ ଭାବେ ସାମିଲ ହୋଇଥିବା ୨ଟି ଟିମ ହେଲା ଅହମ୍ମଦାବାଦ ଓ ଲକ୍ଷ୍ନୌ । ଅହମ୍ମଦାବାଦର ଫ୍ରାଚାଂଇଜ ସିଭିସି କ୍ୟାପିଟାଲ ଶାସ୍ତ୍ରୀଙ୍କୁ ଦଳର କୋଚ କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି । ଅବଶ୍ୟ ଏ ନେଇ ଶାସ୍ତ୍ରୀ କିମ୍ବା ସିଭିସି ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।

ଏହା ବ୍ୟତୀତ ସେ ପୁନର୍ବାର ପୂର୍ବଭଳି କମେଂଟ୍ରି ଦାୟିତ୍ୱ ତୁଲାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଶାସ୍ତ୍ରୀ ୨୦୧୬ରେ ଟିମ ଇଣ୍ଡିଆର କୋଚ ହୋଇଥିଲେ । ତେବେ ତାଙ୍କ ସମୟରେ ଭାରତ କୌଣସି ଆଇସିସି ଟ୍ରଫି ଜିତିପାରି ନ ଥିଲା । ୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନଠାରୁ ହାରିଥିବା ବେଳେ ୨୦୧୯ ଦିନିକିଆ ବିଶ୍ୱକପ ସେମିଫାଇନାଲରୁ ବିଦାୟ ନେଇଥିଲା । ଏହା ବ୍ୟତୀତ ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ମଧ୍ୟ ଭାରତ ଜିତିପାରି ନ ଥିଲା । ୨୦୧୩ ପରଠାରୁ ଭାରତ କୌଣସି ଆଇସିସି ଟ୍ରଫି ଜିତି ନାହିଁ ।

Leave A Reply

Your email address will not be published.