ଓଡ଼ିଶା ସମ୍ୱାଦ ବ୍ୟୁରୋ: ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ କିଏ ମାରିବ ବାଜି ? ଭାରତ ନା ନ୍ୟୁଜିଲାଣ୍ଡ ? କିଏ ଟେଷ୍ଟରେ ବେଷ୍ଟ ? ଓ୍ୱାଲର୍ଡ ଟେଷ୍ଟ ଚାମ୍ପିଅନସିପରେ ଆଜି ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଟକ୍କର ହେବ । ଟିମ୍ କୋହଲି ବନାମ ଟିମ୍ କେନ୍ । ମୁକାବିଲା ଜୋରଦାର ହେବା ଅନୁମାନ କରାଯାଉଛି । ଦୁଇ ଦଳର ପଲ୍ଲା ଭାରି ଅଛି । ଭାରତୀୟ ସମୟ ଅପରାହ୍ଣ ୩ଟାରେ ଆରମ୍ଭ ହେବ ମ୍ୟାଚ୍ । କୋଟି କୋଟି କ୍ରିକେଟ ଫ୍ୟାନଙ୍କ ନଜର ଏହି ଚାମ୍ପିଅନସିପ ଉପରେ ରହିଛି ।

ଅଭିଜ୍ଞ ଯୁବ ତାରକାଙ୍କୁ ନେଇ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । କ୍ୟାପଟେନ୍ ବିରାଟ କୋହଲିଙ୍କ ପାଇଁ ଏହି ଚାମ୍ପିଅନସିପ୍ ବଡ଼ ଗୁରୁତ୍ୱ ରଖୁଛି । ଟିମ୍ ଇଣ୍ଡିଆର ସଫଳ ଅଧିନାୟକ ଓ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବରେ ଏଯାଏ କୌଣସି ଚାମ୍ପିଅନସିପ୍ ନିଜ ନାଁରେ କରି ପାରି ନାହାନ୍ତି ବିରାଟ । ରୋହିତ ଶର୍ମା ଓ ଶୁଭମନ ଗିଲଙ୍କୁ ଓପେନିଂ ପାର୍ଟନରସିପରେ ବଡ଼ ସ୍କୋର କରିବାକୁ ପଡ଼ିବ । ରୋହିତଙ୍କ କାନ୍ଧରେ ଗୁରୁ ଦାୟିତ୍ୱ ରହିବ ।

ସେହିପରି ଇଂଲଣ୍ଡ ପିଚରେ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେଙ୍କ ବ୍ୟାଟ୍ ଚାଲିଲେ ଭାରତ ମଜଭୁତ ସ୍ଥିତିକୁ ଆସିପାରିବ । ବିରାଟ କୋହଲି, ରିଷଭ ପନ୍ଥଙ୍କୁ ବି ଠିକଣା ସମୟରେ ଭଲ ଖେଳିବାକୁ ପଡ଼ିବ । ବୋଲିଂ ବାହିନୀ ସମ୍ଭାଳିବେ ଯଶପ୍ରୀତ ବୁମରାହ, ଇଶାନ୍ତ ଶର୍ମା, ମହମ୍ମଦ ସାମି, ରବୀନ୍ଦ୍ର ଜାଡ଼େଜା ଓ ଆର୍. ଅଶ୍ୱିନ୍ ।

ଅନ୍ୟପଟେ ଟିମ୍ ଇଣ୍ଡିଆକୁ ଚେକ୍ ଦେବାକୁ ରଣନୀତି ସହ ମୈଦାନକୁ ଓହ୍ଲାଇବାକୁ ତୟାର ନ୍ୟୁଜିଲାଣ୍ଡ । ଅଧିନାୟକ କେନ୍ ଓ୍ୱିଲିୟମସନଙ୍କ ଟିମରେ ଅଛନ୍ତି ଅନୁଭବୀ ଖେଳାଳି । ଉଭୟ ବ୍ୟାଟିଂ ଓ ବୋଲିଂରେ ସନ୍ତୁଳିତ ଦଳ । ଅଭିଜ୍ଞ ଓ ଯୁବ ଖେଳାଳି ଅଛନ୍ତି । ଦିନିକିଆ ବିଶ୍ୱକପରେ ଦୁଇ ଦୁଇ ଥର ରନର୍ସ ଅପ୍ ହୋଇଥିବା କିଓ୍ୱି ବାହିନୀ ପାଇଁ ଓ୍ୱାଲର୍ଡ ଟେଷ୍ଟ ଚାମ୍ପିଅନସିପ୍ କୌଣସି ବିଶ୍ୱକପ୍ ମୁକାବିଲାଠାରୁ କମ୍ ନୁହେଁ ।
BREAKING NEWS
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
Comments are closed.