Latest Odisha News

BREAKING NEWS

ମାର୍ଚ୍ଚ 27ରୁ ଅନ୍ତର୍ଜାତୀୟ ବିମାନ ଉଡାଣ ସେବା: ସିନ୍ଧିଆ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିରେ ସୁଧାର ଆସିଛି । ତେଣୁ ଆସନ୍ତା 27 ତାରିଖରୁ ନିୟମିତ ଭାବେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ ହେବ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ରବିବାର ଏହା କହିଛନ୍ତି। କୋଭିଡ ସଂକ୍ରମଣ ଯୋଗୁଁ 2020 ମାର୍ଚ୍ଚ 23ରେ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲା। ତେବେ ଜୁଲାଇ 2020ରୁ ଭାରତ ଏବଂ ଅନ୍ୟ ପ୍ରାୟ 35ଟି ଦେଶ ମଧ୍ୟରେ ଏୟାର ବବଲ ଅଧୀନରେ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନ ଚଳାଚଳ କରୁଛି।

ସିନ୍ଧିଆ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି, କୋଭିଡ ଯୋଗୁଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲାଗିଥିବା କଟକଣା ହଟାଇବାକୁ ମୁଁ ପୂର୍ବରୁ ନିର୍ଦ୍ଦେଶ ଦେଇସାରିଛି। ଆନ୍ତର୍ଜାତିକ ବିମାନ ସେବା ମାର୍ଚ୍ଚ 27 ତାରିଖରୁ ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ହେବ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ମୋଦୀ ସରକାର ୟୁକ୍ରେନର ପଡ଼ୋଶୀ ଦେଶର ମୁଖ୍ୟମାନଙ୍କ ସହ ଆଲୋଚନା କରି ଅପରେସନ ଗଙ୍ଗା ଜରିଆରେ ରୋମାନିଆ, ମୋଲଡୋଭା, ସ୍ଲୋଭାକିଆ ଓ ପୋଲାଣ୍ଡରୁ ସ୍ୱତନ୍ତ୍ର କରିଡର ଜରିଆରେ ଯୁଦ୍ଧ ପ୍ରଭାବିତ ଦେଶରୁ ଅନେକ ଭାରତୀୟ ଛାତ୍ର ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଏହି ସମୟରେ ଭାରତୀୟ ଛାତ୍ରଛାତ୍ରୀଙ୍କ ବ୍ୟତୀତ ଆମେ ପାକିସ୍ତାନ, ବାଂଲାଦେଶ ଓ ନେପାଳ ଭଳି ପଡ଼ୋଶୀ ଦେଶର କିଛି ନାଗରିକଙ୍କୁ ୟୁକ୍ରେନରୁ ଉଦ୍ଧାର କରିଛୁ।

Comments are closed.