Latest Odisha News

BREAKING NEWS

ସ୍ୱାମୀ ନା ପିଶାଚ: ସ୍ତ୍ରୀକୁ ଜୀଅନ୍ତା ପୋତି ଦେଇଥିଲା

କାମାକ୍ଷାନଗର: ଘରୋଇ କଳିର କରୁଣ ପରିଣତି । ସ୍ୱାମୀର ଉନ୍ମତ୍ତକାଣ୍ଡ । ସ୍ତ୍ରୀକୁ ମାଡ଼ ମାରି ଲହୁଲୁହାଣ କଲା । ସେତିକିରେ ମନ ବୁଝିଲା ନାହିଁ ଯେ, ଜୀଅନ୍ତା ପୋତି ଦେଲା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଶୀତଳବସା ଗାଁରେ ଏଭଳି ବର୍ବର ଓ ଅମାନବୀୟ ଘଟଣା ଘଟିଛି ।

BjdElectrycity

ଅଭିଯୋଗ ହୋଇଛି ଗାଁର ନିରଞ୍ଜନ ସାହୁ ସ୍ତ୍ରୀ ସୁକାନ୍ତି ସାହୁଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ । ପରେ ବାଡ଼ିରେ ଥିବା ଗାତରେ ପୋତି ଦେଇଥିଲେ । ଖବର ପାଇ ବାପା ଘର ପହଞ୍ଚି ଗାତ ଭିତରୁ ସୁକାନ୍ତିଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ନିରଞ୍ଜନ ଓ ସୁକାନ୍ତି ଦୁଇ ବର୍ଷ ତଳେ ବିବା କରିଥିଲେ ।

ସୁକାନ୍ତିଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି, ବିବାହ ପରେ ଯୌତୁକକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହେଉଥିଲା । ଏନେଇ ପରେ ସମାଧାନ ହୋଇଥିଲା । ଗତକାଲି ଝଗଡ଼ାରୁ ଏମିତି ଅମାନବୀୟ କାଣ୍ଡ କରିଥିଲେ ନିରଞ୍ଜନ । ଅଭିଯୋଗ କରି ଖୋଳତାଡ କରୁଛି କାମାକ୍ଷାନଗର ଥାନା ପୋଲିସ ।

Comments are closed, but trackbacks and pingbacks are open.