ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ ଓ ଆୟରଲାଣ୍ଡ ମଧ୍ୟରେ ଆଜି ୨ୟ ଟି-20 ମ୍ୟାଚ ଖେଳାଯିବ । ଡବଲିନରେ ୨ୟ ମ୍ୟାଚ୍ରେ ସଞ୍ଜୁ ସାମ୍ସନ କିମ୍ବା ରାହୁଲ ତ୍ରିପାଠୀ ଖେଳିପାରନ୍ତି। ବାମହାତି ପେସ୍ ବୋଲର ଅର୍ଶଦୀପ ସିଂହ ଖେଳିବାର ଯଥେଷ୍ଟ ସମ୍ଭାବନା ଅଛି।
ଭୁବନେଶ୍ବର କୁମାର ଓ ଯୁଜବେନ୍ଦ୍ର ଚହଲଙ୍କ ମୁକାବିଲା କରିବା ଅବଶ୍ୟ ଆୟରଲାଣ୍ଡ ବ୍ୟାଟ୍ସମ୍ୟାନଙ୍କ ପାଇଁ ଚିନ୍ତାର ବିଷୟ। ଭାରତୀୟ ଅଧିନାୟକ ହାର୍ଦ୍ଦିକ କହିଛନ୍ତି, ଆମେ ଜିତିବା ପାଇଁ ପଡିଆକୁ ଓହ୍ଲାଇବୁ । କାହାକୁ ପରିବର୍ତ୍ତନ କରିବୁ ତାହା ନିଷ୍ପତ୍ତି ନେବୁ । ଏହି ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରି ବିଶ୍ବକପ୍ ପର୍ଯ୍ୟନ୍ତ ଦଳରେ ସ୍ଥାନ ବଜାୟ ରଖିବା ଏବଂ ବିଶ୍ବକପ୍ ପାଇଁ ଦଳରେ ସ୍ଥାନପାଇବା ଲକ୍ଷ୍ୟରେ ସବୁ ଭାରତୀୟ ଖେଳୁଛନ୍ତି।
ଭାରତୀୟ ଦଳ: ରୁତୁରାଜ ଗାଇକୱାଡ / ସଞ୍ଜୁ ସାମସନ, ଇଶାନ କିଶନ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଆକ୍ସର ପଟେଲ, ଭୁବନେଶ୍ୱର କୁମାର, ଆବେଶ ଖାନ, ୟୁଜବେନ୍ଦ୍ର ଚହଲ, ଉମରନ ମଲିକ, ହର୍ଷଲ ପଟେଲ, ଭେଙ୍କଟେଶ ଇୟର, ରାହୁଲ ତ୍ରିପାଠୀ
Comments are closed.