Latest Odisha News

BREAKING NEWS

ଆସିଲା ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଜାଣନ୍ତୁ ମୃତ୍ୟୁର କାରଣ

ଭୁବନେଶ୍ୱର: ଅଭିନେତା ରାଇମୋହନ ପରିଡ଼ାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଯେଉଁଥିରେ ରାଇମୋହନଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁଁ ହୋଇଥିବା କୁହାଯାଉଛି । ତେବେ ରାଇମୋହନ ଯଦି ଆତ୍ମହତ୍ୟା କରିଛନ୍ତି ତାହେଲେ ତାଙ୍କୁ ଏଥିପାଇଁ କିଏ ପ୍ରବର୍ତ୍ତାଇ ଥିଲା । କାହା ଚାପରେ ନା ବାଧ୍ୟ ବାଧକତାରେ ରାଇମୋହନ ନେଇଥିଲେ ଏଭଳି ଚରମ ନିଷ୍ପତ୍ତି ତାହା ଏବେବି ସନ୍ଦେହ ଘେରର ।

ଗଳାରେ ରଶି ଲଗାଇବା କାରଣରୁ ଶ୍ୱାସରୁଦ୍ଧ ହୋଇ ରାଇମୋହନଙ୍କ ମୃତ୍ୟୁ ହୋଇଛି । ଶରୀରରେ ସାମାନ୍ୟ କ୍ଷତ ଥିବାବେଳେ ଏହା ରଶି ଲଗାଇବା ଯୋଗୁ ହୋଇଛି । ପୋଷ୍ଟମର୍ଟମରେ ଏ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ୍ କର୍ତ୍ତୃପକ୍ଷ । କମିଶନରେଟ୍ ପୋଲିସ ପୋଷ୍ଟମର୍ଟମ ରିପୋର୍ଟ ପାଇବା ପରେ ତଦନ୍ତକୁ ଆହୁରି ତ୍ୱରାନ୍ୱିତ କରିଛି ।

ଅନ୍ୟପଟେ ରାଇମୋହନ ଗତ କିଛିଦିନ ଧରି ଡିପ୍ରେସନରେ ଥିବା ପୋଲିସ ଜାଣିବାକୁ ପାଇଛି । ଅଧିକ ଖୋଳତାଡ଼ ପାଇଁ ପୋଲିସ ରାଇମୋହନଙ୍କ ମୋବାଇଲକୁ ଜବତ କରିବା ସହ ଖୋଳତାଡ଼ ଆରମ୍ଭ କରିଛି । ପରିବାର ଓ ସମ୍ପର୍କୀୟଙ୍କୁ ମିଶାଇ ୧୨ ଜଣଙ୍କୁ ପଚରାଉଚରା କରି ସାରିଲାଣି ପୋଲିସ । ତେବେ ରାଇମୋହନ କାହିଁକି ଆତ୍ମହତ୍ୟା କଲେ ତାହା ଏବେବି ସନ୍ଦେହ ଘେରରେ ।

Leave A Reply

Your email address will not be published.