Latest Odisha News

BREAKING NEWS

କିଟରେ ଇଣ୍ଡିଆ ଟ୍ରେକ୍‍ର ୨୧ ଜଣିଆ ପ୍ରତିନିଧିମଣ୍ଡଳ

ଭୁବନେଶ୍ୱର: ଇଣ୍ଡିଆ ଟ୍ରେକ୍‍ ନିମନ୍ତ୍ରଣ କାର୍ଯ୍ୟକ୍ରମରେ ୨୩ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ୭ ଦିନିଆ କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିବା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ୨୧ ଜଣିଆ ପ୍ରତିନିଧିମଣ୍ଡଳ କିଟ୍‍ ଓ କିସ୍‍ ପରିଦର୍ଶନରେ ଅଛନ୍ତି।

ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ସାମାଜିକ-ଅର୍ଥନୈତିକ ସ୍ଥିତି ବିଷୟରେ ଜାଣିବା ଓ ଜ୍ଞାନର ଆଦାନ ପ୍ରଦାନ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। କିଟ୍‍ ଓ କିସ୍‍ ବୁଲିବା ସହ ସେମାନେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣୁଛନ୍ତି।

ସେହିପରି ଇଣ୍ଡୋ-ଜାପାନ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମରେ ଜାପାନରୁ ମଧ୍ୟ ଏକ ପ୍ରତିନିଧିମଣ୍ଡଳ ୨୨ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ କିଟ୍‍ ଓ କିସ୍‍ ପରିଦର୍ଶନ କରିଥିଲେ। ସେମାନେ ଓଡ଼ିଶାର କଳା, ସଂସ୍କୃତି, ସ୍ଥାପତ୍ୟ ଆଦି ସମ୍ପର୍କରେ କିଟ୍‍ ଓ କିସ୍‍ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିଥିଲେ। ଏହା ଛଡ଼ା ଉଭୟ ଦେଶର ଛାତ୍ରଛାତ୍ରୀମାନେ ନିଜ ନିଜ ଦେଶର କଳା, ସଂସ୍କୃତି ଆଦି ପ୍ରଦର୍ଶନ କରିଥିଲେ। ଉଭୟ ଦେଶର କଳା, ସଂସ୍କୃତି ଓ ସ୍ଥାପତ୍ୟ ନେଇ କର୍ମଶାଳା ଆୟୋଜନ କରାଯାଇଥିଲା।

ଏହି ସମୟ ମଧ୍ୟରେ ସେମାନେ ପୁରୀ, କୋଣାର୍କ ଭଳି ଓଡ଼ିଶାର ଦର୍ଶନୀୟ ସ୍ଥାନ ପରିଦର୍ଶନ କରି ଓଡ଼ିଶାର କଳା ଓ ସ୍ଥାପତ୍ୟ ଦେଖିଥିଲେ। ସେହିପରି କିଟ୍‍ ଓ କିସର ଛାତ୍ରଛାତ୍ରୀମାନେ ଜାପାନ ଓ ହାର୍ଭାର୍ଡ ଛାତ୍ର ପ୍ରତିନିଧିଙ୍କଠାରୁ ସେମାନଙ୍କ ଦେଶର କଳା, ସଂସ୍କୃତି ବିଷୟରେ ଜାଣିବାକୁ ପାଇଥିଲେ। ଏହି ଅବସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

Comments are closed.