ଭୁବନେଶ୍ୱର-ଆସନ୍ତାକାଲି ରାଜ୍ୟର ୩୦ଟି ଯାକ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲରେ କରୋନା ଟିକାକରଣର ଡ୍ରାଏ ରନ୍ କରାଯିବ ।
ଡ୍ରାଏ ରନ୍ର ଗାଇଡ ଲାଇନ ଓ ଏସ୍ଓପି ସଂପର୍କରେ ସବୁ ଜିଲ୍ଲାର ପ୍ରୋଗ୍ରାମ ଅଧିକାରୀଙ୍କୁ ଅବଗତ କରାଇ ଦିଆଯାଇଛି । ଟିକାକରଣର ଡ୍ରାଏ ରନ୍ ସମୟରେ ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତ ହୋଇଥିବା Co-WIN ୱେବ ପୋର୍ଟାଲର ବ୍ୟବହାର କରାଯିବ । ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କ୍ୟାପିଟାଲ ହସ୍ପିଟାଲ ପାଇଁ ସ୍ୱତନ୍ତ୍ର ଆଇଡି ତିଆରି କରାଯାଇଛି ।
କରୋନା ଟିକାକରଣର ଡ୍ରାଏ ରନ୍ ପାଇଁ ପ୍ରତି ଟିକାକରଣ କେନ୍ଦ୍ରରେ ୨୫ ଜଣ ଲେଖାଏଁ ହିତାଧିକାରୀଙ୍କୁ ଚିହ୍ନଟ କରି ତାଲିକାଭୁକ୍ତ କରାଯାଇଛି । ସେମାନେ ସମସ୍ତେ ସ୍ୱାସ୍ଥ୍ୟକର୍ମୀ ଅଟନ୍ତି ।
ଟିକାକରଣର
ପ୍ରତି ଟିକାକରଣ କେନ୍ଦ୍ରରେ ଏକ ୫ ଜଣିଆ ଟିମ୍ ନିୟୋଜିତ ହେବେ । ଗାଇଡ ଲାଇନ ଅନୁସାରେ ପ୍ରତି ଟିକାକରଣ କେନ୍ଦ୍ରରେ ଗୋଟିଏ ଲେଖାଏଁ ଟିକାପ୍ରଦାନ ରୁମ, ଅପେକ୍ଷା କରିବା ପାଇଁ ଗୋଟିଏ ରୁମ୍ ଓ ନିରୀକ୍ଷଣ ରୁମ୍ ରହିବ । ଏହି ଡ୍ରାଏ ରନ୍ ସମୟରେ ମଧ୍ୟ ସମସ୍ତ କୋଭିଡ ଗାଇଡ ଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ଆଗରୁ ଦେଶର ୪ଟି ରାଜ୍ୟ ଆସାମ, ଆନ୍ଧ୍ର ପ୍ରଦେଶ, ଗୁଜରାଟ ଓ ପଂଜାବରେ କରୋନା ଟିକାକରଣର ଡ୍ରାଏ ରନ୍ କରାଯାଇଥିଲା
BREAKING NEWS
- ପୁରୀରେ ପୁଣି ଖଜା ଦୋକାନରେ ଚଢ଼ାଉ
- Odisha Textbook Scam: ୧୭୫ କୋଟିର ବହି, ୧୭୪୧ ତ୍ରୁଟି; ପାଠ୍ୟପୁସ୍ତକ ବିବାଦରେ PMO ହସ୍ତକ୍ଷେପ, ମୋହନ ସରକାରଙ୍କୁ ଜବାବ ତଲବ
- ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍, ୫.୧୫ ଲକ୍ଷ ଜବତ କଲା ଭିଜିଲାନ୍ସ
- ଜନସେବା କେନ୍ଦ୍ର ମାଲିକଙ୍କୁ ହତ୍ୟା ଅଭିଯୋଗ
- Odisha CAG Expose: ସିଏଜି ରିପୋର୍ଟରେ ଓଡ଼ିଶାରେ ମାଳମାଳ ଅନିୟମିତତା; ୬୪୦ କୋଟି ଜରିମାନା ଆଦାୟ ହୋଇନି, DMF ଟଙ୍କାରେ ହକି ଷ୍ଟାଡିୟମ!
- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ; ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସର ସହକାରୀ ନିର୍ଦ୍ଦେଶକଙ୍କ ୭ ସ୍ଥାନରେ ରେଡ୍
- ଭାଲୁକୁଣି ବିସର୍ଜନ ବେଳେ ଅଘଟଣ; DJ ସାଉଣ୍ଡ ବକ୍ସ ପଡ଼ି ୭ ଆହତ
- ଭୂକମ୍ପରେ ଥରିଲା ଓଡ଼ିଶା; ଏହି ସ୍ଥାନରେ ୩.୯ ତୀବ୍ରତାର ଝଟକା…
- ସର୍ଭେ ରିପୋର୍ଟ : ୭୦% ରୁ ଅଧିକ ୟୁକ୍ରେନବାସୀ ଦୁର୍ନୀତି ପାଇଁ ଜେଲେନସ୍କିଙ୍କୁ ଦାୟୀ ମନେକରୁଛନ୍ତି
- ଇରାନ-ଆମେରିକା ସଂଘର୍ଷ: ଭୟ ଆଉ ଚିନ୍ତା ଭିତରେ ଇରାନରେ ଖୋଲିଲା ସ୍କୁଲ୍

Comments are closed.