ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ‘ଟୁ ପ୍ଲସ୍ ଟୁ’ ବାର୍ତ୍ତା ଲାଗି ଆମେରିକା ବିଦେଶ ମନ୍ତ୍ରୀ ମାଇକ୍ ପାମ୍ପିଓ ଭାରତ ଗସ୍ତରେ ଆସି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ କରିଛନ୍ତି ।
ଏହି ସାକ୍ଷାତ ପରେ ସେ କହିଛନ୍ତି ଯେ ନିଜ ଅଖଣ୍ଡତା ପାଇଁ ଭାରତ ନେଉଥିବା ପଦକ୍ଷେପ ସହ ଆମେରିକା ଛିଡା ହୋଇଛି । ଏହା ଛଡା ଗତ ଜୁନ୍ ମାସରେ ଲଦାଖର ଗଲୱାନ୍ ଘାଟିରେ ହୋଇଥିବା ହିଂସା କାଣ୍ଡରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟଙ୍କ ପ୍ରାଣବଳୀକୁ ମନେ ପକାଇଥିଲେ ।
ଅଧିକ ପଢନ୍ତୁ- ପ୍ରସଙ୍ଗଠୁ ଅଧିକ ଅଭିବାଦନ ଶୈଳୀକୁ ନେଇ ଚର୍ଚ୍ଚା; ‘ଟୁ ପ୍ଲସ୍ ଟୁ’ ବୈଠକ
ଏଥିସହିତ ମଙ୍ଗଳବାର ଦିନ ଆମେରିକାର ଦୁଇ ମନ୍ତ୍ରୀ ରାଷ୍ଟ୍ରୀୟ ‘ସମର ସ୍ମାରକ’ ଯାଇ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ତେବେ ଏହା ପୂର୍ବରୁ ଅନେକ ଥର ମାଇକ୍ ଚୀନର ବିସ୍ତାରବାଦୀ ନୀତି ଉପରେ ବର୍ଷିଛନ୍ତି ।
ଉଲ୍ଲେଖଯୋଗ୍ୟ, ମାଇକ୍ ପାମ୍ପିଓ ଓ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଟି ଏସ୍ପର ସୋମବାର ଦିନ ଟୁ ପ୍ଲସ୍ ଟୁ ବାର୍ତ୍ତା ଲାଗି ଭାରତରେ ପହଞ୍ଚିଛନ୍ତି । ଏହି ଅବସରରେ ଦୁଇ ଦେଶ ପରସ୍ପରର ସୁରକ୍ଷା କ୍ଷେତ୍ରରେ ସମ୍ପର୍କ ଦୃଢ କରିବା ଉପରେ ଅନେକ ବୁଝାମଣା କରିଛନ୍ତି ।
Comments are closed.