Latest Odisha News

BREAKING NEWS

ଏଣିକି ଜମ୍ମୁ-କାଶ୍ମୀରରେ ଯେକେହି ବି କିଣି ପାରିବେ ଜମି, ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଦେଶର କୌଣସି ବି ଲୋକ ଜମ୍ମୁ କାଶ୍ମୀରରେ ଜମି କିଣି ପାରିବ । ସେଠାରେ ଘର ଦ୍ୱାର କରି ବି ରହି ପାରିବ । ଗୃହମନ୍ତ୍ରଣାଳୟ ଦ୍ୱାରା ଏନେଇ ମଙ୍ଗଳବାର ଦିନ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । କିନ୍ତୁ କୃଷି ପାଇଁ ଜମି କିଣାଯାଇ ପାରିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ବିଜ୍ଞପ୍ତି ଜରିଆରେ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ନୂଆ ଆଇନକୁ ବିଧିବଦ୍ଧ ଭାବେ ଅନୁମତି ଦିଆଯାଇଛି। ବିଜ୍ଞପ୍ତି ଦ୍ୱାରା କେନ୍ଦ୍ର ସରକାର ରାଜ୍ୟର ୨୬ଟି ଆଇନକୁ ବଦଳାଇ ଦେଇଛନ୍ତି। କେନ୍ଦ୍ର ଦ୍ଵାରା ଜାରି ବିଜ୍ଞପ୍ତି ପରେ ଆଦେଶକୁ ତତ୍କାଳ ପ୍ରଭାବରୁ ଲାଗୁ କରାଯାଇଛି।

ଜମ୍ମୁ- କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି କି ଏହି ନିଷ୍ପତ୍ତି କାଶ୍ମୀର ବାସୀଙ୍କ ପାଇଁ ଲାଭ ଦାୟକ ହେବ । ଏହା ଫଳରେ ବାହାରୁ ଆସୁଥିବା ଶିଳ୍ପପତି ମାନେ ଏଠାରେ ଶିଳ୍ପ ପ୍ରତିଷ୍ଠା କରିବାର ସୁଯୋଗ ପାଇବେ । ଶିଳ୍ପ ପ୍ରତିଷ୍ଠା ହେଲେ ସ୍ଥାନୀୟ ଯୁବକ ମାନଙ୍କୁ ରୋଜଗାର ମିଳିବା ସହ କାଶ୍ମୀର ଅର୍ଥନୀତିର ବିକାଶ ହୋଇପାରିବ। ହେଲେ ଚାଷଜମି କେବଳ ରାଜ୍ୟର ଲୋକମାନଙ୍କ ମଧ୍ୟରେ କିଣାବିକା ହୋଇପାରିବ ।

ତେବେ ନୂଆ ବିଜ୍ଞପ୍ତିକୁ ନ୍ୟାଶନାଲ କନଫରେନ୍ସର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବିରୋଧ କରିଛନ୍ତି। ସେ କହିଛନ୍ତି, ଜମ୍ମୁ-କଶ୍ମୀର ଜମି ଆଇନରେ ହୋଇଥିବା ସଂଶୋଧନ ଆଦୌ ଗ୍ରହଣୀୟ ନୁହେଁ। ଏବେ ଜମ୍ମୁ-କଶ୍ମୀରକୁ ବିକ୍ରି ପାଇଁ ଯୋଜନା ଆରମ୍ଭ ହୋଇଛି। ଏହି ନୂଆ ନିୟମ ଦ୍ୱାରା ଗରିବ ଓ ଛୋଟ ଜମି ମାଲିକମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ବୋଲି ସେ କହିଛନ୍ତି।

ଗତ ବର୍ଷ ଅଗଷ୍ଟ ୫ରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଥିଲା। ଏହା ପରେ ୨୦୧୯ ଅକ୍ଟୋବର ୩୧ରେ ଜାମ୍ମୁ-କାଶ୍ମୀର କେନ୍ଦ୍ରି ଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ଏବେ କେନ୍ଦ୍ର ଶାସିତ ହେବାର ଗୋଟିଏ ବର୍ଷ ପରେ ଜମି କିଣାବିକା ଆଇନରେ ପରିବର୍ତ୍ତନ ହୋଇଛି।

Leave A Reply

Your email address will not be published.