Latest Odisha News

BREAKING NEWS

କରୋନା ଯୋଗୁ ଏଥର ଦେଶ ଗସ୍ତ ସମ୍ଭବ ନୁହେଁ; ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଏବଂ ଉଜବେକିସ୍ତାନର ରାଷ୍ଟ୍ରପତି ଶବକତ ମିର୍ଜିୟୋଏଭଙ୍କ ମଧ୍ୟରେ ଭର୍ଚୁଆଲ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତ ଏବଂ ଉଜବେକିସ୍ତାନ ଏକାଠି ଛିଡା ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଡିସେମ୍ବର ୧୪ରେ ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳକୁ ପାଞ୍ଚବର୍ଷ ପୂରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ସେ ଚଳିତ ବର୍ଷ ଉଜବେକିସ୍ତାନ ଗସ୍ତ କରିବାକୁ ଇଚ୍ଛାପ୍ରକାଶ କରିଥିଲେ କିନ୍ତୁ ମହାମାରୀ ଯୋଗୁଁ ଏହା ସମ୍ଭବପର ହୋଇପାରିନାହିଁ।

“ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ସମ୍ପର୍କ ଦୀର୍ଘ ସମୟ। ଆମର ଆଭିମୁଖ୍ୟ ମଧ୍ୟ ସମାନ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ୨୦୧୮ ଏବଂ ୨୦୧୯ରେ ଉଜବେକିସ୍ତାନ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ପରିଦର୍ଶନ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ଏକ ନୂଆ ବାଟ ଖୋଲିଛି।

Leave A Reply

Your email address will not be published.