Latest Odisha News

BREAKING NEWS

ବ୍ରିସବେନ ଟେଷ୍ଟ: ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୬୯ ରନରେ ଅଲଆଉଟ୍

ବ୍ରିସ୍‌ବେନ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ତଥା ଶେଷ ଟେଷ୍ଟରେ ପ୍ରଥମ ଇନିଂସ ଖେଳ ଶେଷ କରିଛି ଅଷ୍ଟ୍ରେଲିଆ । ଆଜି ଦ୍ୱିତୀୟ ଦିନର ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ୩୬୯ ରନରେ ଅଲ ଆଉଟ୍ କଙ୍ଗାରୁ ବାହିନୀ । ଶେଷ ଓ୍ୱିକେଟ ଭାବରେ ଜୋସ୍ ହେଜଲଉଡ ଟି. ନଟରାଜନଙ୍କ ଶିକାର ହୋଇଥିଲେ ।

ଆଜି ଦିନର ଖେଳରେ ଭାରତ ୯୪ ରନ୍‌ ବ୍ୟୟ କରିଥିବା ବେଳେ ଅକ୍ତିଆର କରିଛି ୫ଟି ଓ୍ୱିକେଟ । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଖେଳାଳିମାନେ ୧୧୫.୨ ଓଭର୍‌ ବ୍ୟାଟିଂ କରିଛନ୍ତି । ଲାବୁସଚେଙ୍ଗ ସର୍ବାଧିକ ୧୦୮ ରନ୍ କରିଥିବା ବେଳେ ଟିମ୍ ପେନ୍ ୫୦, କାମେରନ୍ ଗ୍ରୀନ୍ ୪୭ ରନ୍ କରିଛନ୍ତି ।

ଭାରତ ପକ୍ଷରୁ ଟି. ନଟରାଜନ, ସାର୍ଦ୍ଦୁଲ ଠାକୁର ଓ ଓ୍ୱାଶିଂଟନ୍ ସୁନ୍ଦର ୩ଟି ଲେଖାଏ ଓ୍ୱିକେଟ ଅକ୍ତିଆର କରିଛନ୍ତି । ମହମ୍ମଦ ସିରାଜ ନେଇଛନ୍ତି ଗୋଟିଏ ଓ୍ୱିକେଟ ।

ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଦଳୀୟ ସ୍କୋର ୧୧ ରନ୍ ବେଳେ ଆଉଟ୍ ହୋଇଛନ୍ତି ଓପନର ଶୁଭମନ ଗିଲ୍ । ସେ ୭ ରନ୍ କରି ପ୍ୟାଟ୍ କୁମିନ୍ସଙ୍କ ବଲରେ ଆଉଟ୍ ହୋଇ ପାଭିଲନ୍ ଫେରିଛନ୍ତି । ଏବେ ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା ବ୍ୟାଟିଂ କରୁଛନ୍ତି ।

Leave A Reply

Your email address will not be published.