ଅହମ୍ମଦାବାଦ: ଆଜିଠୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ଟି-ଟ୍ୱେଣ୍ଟି ସିରିଜ । ସନ୍ଧ୍ୟା ୭ଟାରେ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଟି-ଟ୍ୱେଣ୍ଟିର ଶ୍ରେଷ୍ଠ ଦୁଇଟି ଦଳ ମଧ୍ୟରେ ମୁକାବିଲା । ତେଣୁ ଲଢ଼େଇ ଜୋରଦାର ହେବା ଆଶା କରାଯାଉଛି । ଟେଷ୍ଟରେ ଇଂଲଣ୍ଡ ପରାସ୍ତ ହୋଇଥିଲେ ବି ଟ୍ୱେଣ୍ଟି ଟ୍ୱେଣ୍ଟିରେ ପାଓ୍ୱାରଫୁଲ୍ ଟିମ୍ । କୋହଲି ଏଣ୍ଟ କୋକୁ ଚେକମେଟ୍ ଦେବାକୁ ଦମ୍ ରଖିଛି ଇଂଲିଶ ବାହିନୀ ।
ରୋହିତଙ୍କ ସହ କିଏ କରିବେ ଓପେନିଂ ?
ଟେଷ୍ଟ ମ୍ୟାଚକୁ ୩-୧ରେ ଜିତିଥିବାରୁ ଟିମ୍ ଇଣ୍ଡିଆର ମନୋବଳ ଦୃଢ଼ ରହିଛି । ଏବେ ଭାରତ ପାଖରେ ସବୁ ସ୍ଥାନରେ ଖେଳିବା ନେଇ ବିକଳ୍ପ ରହିଛି । ରୋହିତ ଶର୍ମାଙ୍କ ସହ ଶିଖର ଧଓ୍ୱନ କି ଲୋକେଶ ରାହୁଲ, କିଏ କରିବେ ଓପେନିଂ ତାଉପରେ ନଜର ରହିଛି । ଯଦି ଧଓ୍ୱନ ଖେଳନ୍ତି ତେବେ ଚାରି ନମ୍ବରରେ ରାହୁଲଙ୍କୁ ଖେଳାଇ ପାରନ୍ତି ବିରାଟ କୋହଲି ।

ଶ୍ରେୟସ ଓ ସୂର୍ଯ୍ୟକୁମାରଙ୍କ ମଧ୍ୟରୁ କିଏ ଖେଳିବେ ?
ଏମିତି ହେଲେ ଶ୍ରେୟସ ଆୟାର ନହେଲେ ଆଇପିଏଲ୍ ଷ୍ଟାର ସୂର୍ଯ୍ୟକୁମାର ଯାଦବଙ୍କ ଭିତରୁ ଜଣେ ବାହାରେ ବସିବେ । ଶ୍ରେୟସ ଓ ସୂର୍ଯ୍ୟକୁମାର ଚାରି କିମ୍ବା ପାଞ୍ଚ ନମ୍ୱରରେ ଆକ୍ରମଣାତ୍ମକ ବ୍ୟାଟିଂ କରିପାରିବେ । ଜବରଦସ୍ତ ଫର୍ମରେ ଥିବା ରିଷଭ ପନ୍ଥଙ୍କଠାରୁ ବଡ଼ ସର୍ଟ ଆଶା କରାଯାଉଛି । ହାର୍ଦ୍ଦିକ ପାଣ୍ଡ୍ୟା ହିଟ୍ କଲେ ବଡ଼ ସ୍କୋର କରିବ ଟିମ୍ ଇଣ୍ଡିଆ ।
ଭୁବନେଶ୍ୱର କୁମାରଙ୍କ ଉପରେ ନଜର
ଲମ୍ବା ସମୟ ପରେ ବୋଲିଂ ସ୍କ୍ୱାଡକୁ ଫେରିଛନ୍ତି ଭୁବନେଶ୍ୱର କୁମାର । ତାଙ୍କ ସହ ସାର୍ଦ୍ଦୁଲ ଠାକୁର, ନଭଦୀପ ସାଇନିଙ୍କ ମଧ୍ୟରୁ କେହି ଜଣେ ଖେଳିବେ । ସ୍ପିନ୍ ଭାର ରହିବ ଯୁଜବେନ୍ଦର ଚହଲଙ୍କ କାନ୍ଧରେ । ଅକ୍ଷର ପଟେଲ ନହେଲେ ଓ୍ୱାଶିଂଟନ୍ ସୁନ୍ଦରଙ୍କ ମଧ୍ୟରୁ ବି କାହାକୁ ଜଣଙ୍କୁ ମିଳିପାରେ ସୁଯୋଗ ।

ସେପଟେ ଇଂଲଣ୍ଡ ପାଖରେ ଅଛନ୍ତି ଟି-ଟ୍ୱେଣ୍ଟି ସ୍ପେସାଲିଷ୍ଟ । ଅଧିନୟକ ଇୟନ ମୋର୍ଗାନ୍, ଜୋସ୍ ବଟଲର, ଜାସନ୍ ରଏ, ବେନ ଷ୍ଟୋକସଙ୍କ ଭଳ୍ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଅଛନ୍ତି । ଅଲରାଉଣ୍ଡରଙ୍କ ଦମରେ ମ୍ୟାଚ୍ ଜିତୁଛି ଇଂଲିଶ ବାହିନୀ । ବେନ୍ ଷ୍ଟୋକସ୍, ସାମ କୁରେନ୍, ମୋଇନ୍ ଅଲ୍ଲୀ ଓ ଜୋଫ୍ରା ଆର୍ଚର ବି କମାଲ କରି ପାରନ୍ତି । ତେଣୁ ଆଜି ଟକ୍କର ଜୋରଦାର ହେବ । ଭାରତ-ଇଂଲଣ୍ଡ ବର୍ତ୍ତମାନ ସୁଦ୍ଧା ୧୪ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି । ଉଭୟ ଦଳ ୭ଟି ଲେଖାଏ ମ୍ୟାଚ୍ ଜିତିଛନ୍ତି ।
BREAKING NEWS
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ
- ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୩ ଲକ୍ଷ କୋଟି…

Comments are closed.