ମୋଟେରା: ଭାରତ ୪ର୍ଥ ତଥା ଅନ୍ତିମ କ୍ରିକେଟ ଟେଷ୍ଟରେ ବିଜୟ ହାସଲ କରି ଇଂଲଣ୍ଡ ବିପକ୍ଷରେ ସିରିଜ ଜିତିବା ସହ ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିଛି । ଏହି ସିରିଜର କେତେକ ରେକର୍ଡ ଉପରେ ଆଖି ପକାଇବା-
୧. ପ୍ରଥମ ମ୍ୟାଚ ହାରିବା ପରେ ଭାରତ ୬ଷ୍ଠ ଥର ପାଇଁ ସିରିଜ ଜିତିଛି ।
୨. ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଘରୋଇ ପରିବେଶରେ କ୍ରମାଗତ ୧୦ ଟେଷ୍ଟ ସିରିଜ ବିଜୟ ହାସଲ କରିଛି ।
୩.ଅଧିନାୟକ ଭାବେ କୋହଲି ୩୬ ମ୍ୟାଚରେ ବିଜୟ ହାସଲ କରି କ୍ଲାଇଭ ଲଏଡଙ୍କ ସହ ମିଳିତ ୪ର୍ଥ ସ୍ଥାନରେ ରହିଛନ୍ତି । ଗ୍ରେମ ସ୍ମିଥ(୫୩), ରିକି ପଂଟି(୪୮) ଓ ଷ୍ଟିଭ ୱ(୪୧) ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି ।
୪.ଘରୋଇ ମାଟିରେ ୨୩ ବିଜୟ ହାସଲ କରି କୋହଲି ଭାରତର ଏକ ନମ୍ବର ଅଧିନାୟକ ହୋଇଛନ୍ତି ।
୫. ରବିଚନ୍ଦ୍ରନ ଅଶ୍ୱିନ ପ୍ରଥମ ଭାରତୀୟ ବୋଲର ଭାବେ ୨ଟି ସିରିଜରେ ୩୦ରୁ ଅଧିକ ଉଇକେଟ ନେଇଛନ୍ତି । ବିଶେନ ସିଂ ବେଦୀ, କପିଳ ଦେବ, ହରଭଜନ ସିଂ ଓ ଚନ୍ଦ୍ରଶେଖର ଥରେ ଲେଖାଁଏ ୩୦ରୁ ଊର୍ଦ୍ଧ୍ୱ ଉଇକେଟ ନେଇଛନ୍ତି । ଭାରତୀୟ ବୋଲରଙ୍କ ମଧ୍ୟରେ ସେ କମ୍ ମ୍ୟାଚରେ ୪୦୦ ଉଇକେଟ ନେଇଛନ୍ତି ।
୬. ଗୋଟିଏ ସିରିଜରେ ୩୦ରୁ ଊର୍ଦ୍ଧ୍ୱ ଉଇକେଟ ଏବଂ ଶତକ ହାସଲ କରିବାରେ ଅଶ୍ୱିନ ୫ମ ବୋଲର ହୋଇଛନ୍ତି ।
୭. ୩୦ଥର ଅଶ୍ୱିନ ୫ ଉଇକେଟ ସଫଳତା ହାସଲ କରି ଜେମ୍ସ ଆଣ୍ଡରସନଙ୍କ ସହ ମିଳିତ ୬ଷ୍ଠ ସ୍ଥାନରେ ରହିଛନ୍ତି ।
୮. ଭାରତୀୟ ବୋଲରଙ୍କ ମଧ୍ୟରେ ପଦାର୍ପଣ ଟେଷ୍ଟରେ ଅକ୍ଷର ପଟେଲ ୨୭ ଉଇକେଟ ଅକ୍ତିଆର କରିି ଦିଲୀପ ଦୋଷୀଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଅକ୍ଷର ପ୍ରଥମ ଭାରତୀୟ ବୋଲର ଭାବେ ୫ କ୍ରମାଗତ ଇନିଂସରେ ୪ରୁ ଊର୍ଦ୍ଧ୍ୱ ଉଇକେଟ ଅକ୍ତିଆର କରିଛନ୍ତି ।
୯. ଜୋ ରୁଟଙ୍କ ନେତୃତ୍ୱରେ ଇଂଲଣ୍ଡ କ୍ରମାଗତ ୩ ଟେଷ୍ଟ ସିରିଜରେ ପରାଜିତ ହୋଇଛି ।
୧୦. ଏହି ସିରିଜରେ ସ୍ପିନରମାନେ ଓଭରାଲ ୧୦୪ ଉଇକେଟ ଅକ୍ତିଆର କରିଛନ୍ତି । ଏହା ପୂର୍ବରୁ ୨୦୧୬ରେ ୧୦୮ ଏବଂ ୧୯୭୨ରେ ସ୍ପିନରମାନେ ୧୦୯ ଉଇକେଟ ନେଇଥିଲେ ।
BREAKING NEWS
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
Comments are closed.