Latest Odisha News

BREAKING NEWS

ରାଜ୍ୟରୁ ଆଜି ସୁସ୍ଥ ହେଲେ ଆଉ ୮୮ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୮୮ ଆକ୍ରାନ୍ତ । ସୁସ୍ଥ ହେବା ପରେ ଏମାନଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ସମ୍ବଲପୁରରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ, ଯାଜପୁରରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ବାଲେଶ୍ବର ଓ ଖୋର୍ଦ୍ଧାରୁ ୯ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ସୁନ୍ଦରଗଡ଼ରୁ ୮ ଜଣ, ବରଗଡ଼ ଓ ବଲାଙ୍ଗିରରୁ ୬ ଜଣ ଲେଖାଏଁ, ଝାରସୁଗୁଡ଼ା, ପୁରୀ, ସୋନପୁରରୁ ୪ ଜଣ ଲେଖାଏଁ, ଅନୁଗୁଳ, କେନ୍ଦ୍ରାପଡ଼ା ଓ କେନ୍ଦୁଝରରୁ ୨ ଜଣ ଲେଖାଏଁ, ବୌଦ୍ଧ, କଟକ, କଳାହାଣ୍ଡି ଓ ନୂଆପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରୁ ସୁସ୍ଥ ହେଲେଣି ୩ ଲକ୍ଷ ୩୪ ହଜାର ୯୯୦ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.