Latest Odisha News

BREAKING NEWS

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦ ବର୍ଷା ଯୋଗୁ ବାତିଲ

ୱେଲିଂଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି୨୦ କ୍ରିକେଟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଟି୨୦ ବିଶ୍ୱକପ ପରେ ଏହି ସିରିଜ ଆରମ୍ଭ ହେଉଛି । ପ୍ରବଳ ବର୍ଷା ଯୋଗୁ ଖେଳାଳିମାନେ ଡ୍ରେସିଂ ରୁମରେ ବସି ସମୟ କାଟୁଥିବା ଦେଖିବାକୁ ମିଳିଛି । ଉଭୟ ଦେଶର କେତେକ ଖେଳାଳି ଡ୍ରେସିଂରୁମରେ ଫୁଟବଲ ଖେଳୁଥିବା ଦେଖିବାକୁ ମିଳିଛି । ବିସିସିଆଇ ମଧ୍ୟ ଏହି ଫଟୋ ଶେୟାର କରିଛି । ଭାରତୀୟ ସମୟନୁସାରେ ମ୍ୟାଚ ଦିନ ୧୨ଟା ବେଳେ ଆରମ୍ଭ ହେବାକୁ ଥିଲା । ପାଖାପାଖି ୨ ଘଂଟା ଅପେକ୍ଷା କରିବା ସତ୍ୱେ ବର୍ଷା ନ କମିବାରୁ ବାଧ୍ୟହୋଇ ମ୍ୟାଚକୁ ବାତିଲ କରି ଦିଆଯାଇଥିଲା ।

ଭାରତୀୟ ଚୟନ କମିଟି ଏହି ସିରିଜ ପାଇଁ ଯୁବ ଖେଳାଳିଙ୍କୁ ବିଶେଷ ଭାବେ ପ୍ରାଧାନ୍ୟ ଦେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେବେ । ସିରିଜର ଦ୍ୱିତୀୟ ଟି୨୦ ମ୍ୟାଚ ନଭେମ୍ବର ୨୦ରେ ଖେଳାଯିବ । ନ୍ୟୁଜିଲାଣ୍ଡର ପେସ ପିଚରେ ଯୁବ ଖେଳାଳିଙ୍କ ପ୍ରଦର୍ଶନ କିପରି ଥିଲା ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.