Latest Odisha News

BREAKING NEWS

ପ୍ରେୟସୀଙ୍କ ମୁଦିରେ ସାରା ବ୍ରହ୍ମାଣ୍ଡ ରଖିଦେଲେ ପ୍ରେମିକ; ଫଟୋ ଭାଇରାଲ

ଗହଣା ପୁଣି ୟୁନିକ୍ ଷ୍ଟାଇଲର  । କାହାକୁ ବା ଭଲ ନ ଲାଗିବ ? ବିଶେଷକରି ଡିଜାଇନର ମୁଦି ସମସ୍ତଙ୍କର ପସନ୍ଦ । ଆଉ ସେ ଯଦି ନିର୍ବନ୍ଧ ମୁଦି ହୋଇଥାଏ ତେବେ ତାର ଡିଜାଇନ କେମିତି ହେବ, କେଉଁ ଡାଇମଣ୍ଡ ଲାଗିବ ସେଥିନେଇ ସମସ୍ତଙ୍କର ଉତ୍କଣ୍ଠା ଥାଏ ।

ସେଥିପାଇଁ ମୁଦିର ଡିଜାଇନ ବାଛିବା ପାଇଁ  କିଛି ପ୍ରସିଦ୍ଧ ବ୍ୟକ୍ତିଙ୍କ ଦ୍ୱାରା ପିନ୍ଧା ଯାଇଥିବା ମୁଦିକୁ ନକଲ କରିଥାନ୍ତି ।   । କିନ୍ତୁ  ଆଜିକାଲି ଷୋଡଶ ଶତାବ୍ଦୀର ନିର୍ବନ୍ଧ ମୁଦିର ନିଶା ସମସ୍ତଙ୍କୁ ଘାରିଛି ଯେଉଁ ମୁଦିରେ  ସଂପୂର୍ଣ୍ଣ ବ୍ରହ୍ମାଣ୍ଡ ରହିଛି  ।

ଏକ ଛୋଟ ଜ୍ୟୋତିର୍ବିଜ୍ଞାନ ବ୍ରହ୍ମାଣ୍ଡର ମାନଚିତ୍ରର ଡିଜାଇନ ତିଆରି ହୋଇଛି ମୁଦିରେ । ଏହି ମୁଦିକୁ ଟୁଇଟରରେ ସେୟାର କରାଯାଇଥିଲା ।   ଜର୍ମାନୀରେ ତିଆରି ହୋଇଥିବା ଷୋଡଶ ଶତାବ୍ଦୀ ଡଜାଇନର ମୁଦି । ପ୍ରେୟସୀ ହାତରେ ସାରା ଦୁନିଆକୁ ଦେଖିବାକୁ ଚାହାନ୍ତି ପ୍ରେମିକ ।

ଏହାକୁ ସେୟାର କରିଥିବା ବ୍ୟକ୍ତି  ପ୍ରେମିକାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି , “ସଂପୂର୍ଣ୍ଣ ବ୍ରହ୍ମାଣ ତୁମ ହାତରେ” । ଏହି ପୋଷ୍ଟକୁ ୧ଲକ୍ଷରୁ ଅଧିକ ଲାଇକ ମିଳିବା ସହ ବହୁ ପ୍ରତିକ୍ରିୟା ମିଳିଛି ।

Leave A Reply

Your email address will not be published.