Latest Odisha News

BREAKING NEWS

ଆଜି ଭାରତ-ନ୍ୟୁଜିଲାଣ୍ଡ ୨ୟ ଟି-୨୦ ଟକ୍କର; ଜିତିବା ଲକ୍ଷ୍ୟରେ ବିରାଟ ବାହିନୀ

ଅକଲାଣ୍ଡ: ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ । ୫ ଶୃଙ୍ଖଳା ବିଶିଷ୍ଟ ଏହି ଟି-୨୦ର ୨ୟ ମ୍ୟାଚରେ ଭାରତୀୟ ଖେଳାଳୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିଜୟ ଧାରା ଜାରି ରଖିବା ଲାଗି ଏକପ୍ରକାର ରଣନୀତି ପସ୍ତୁତ କରିଛନ୍ତି ।

ଏହି ମ୍ୟାଚ୍ ଅକଲାଣ୍ଡର ଇଡେନ୍ ପାର୍କ ଷ୍ଟାଡିୟମରେ ଆଜି ଦିନ ୧୨ଟା ୨୦ମି.ରେ ଅନୁଷ୍ଠିତ ହେବାକୁ ଯାଉଛି ।

ଅଧିକ ପଢନ୍ତୁ: ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କଲା ଭାରତ

୧-୦ରେ ଆଗୁଆ ଥିବା ବିରାଟ୍ ବିଗ୍ରେଡ୍ ଆଜି ମଧ୍ୟ ବିପକ୍ଷ ଦଳକୁ ମାତ୍ ଦେବାପାଇଁ ଜୋରଦାର୍ ପ୍ରୟାସ କରିବେ । ନ୍ୟୁଜିଲାଣ୍ଡ ମଧ୍ୟ ମ୍ୟାଚ ଜିତିବା ଲାଗି ଭାରତକୁ କଡା ଟକ୍କର ଦେବାକୁ ମଧ୍ୟ ଚେଷ୍ଟା କରିବ ।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି ।

ଟିମ୍ ଇଣ୍ଡିଆ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ୍, ଶ୍ରେୟସ ଅୟର୍‌, ମନିଷ ପାଣ୍ଡେ, ଶିବମ୍ ଦୁବେ, ୱାସିଂଟନ୍ ସୁନ୍ଦର, କୁଳଦୀପ ଯାଦବ, ମହମ୍ମଦ ସାମୀ, ଯଶପ୍ରିତ ବୁମରାହ, ନବଦୀପ ସୋନି।

Leave A Reply

Your email address will not be published.