Latest Odisha News

BREAKING NEWS

ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ: ସବୁ ଦର ହୁହୁ ହୋଇ ବଢ଼ୁଛି

ନୂଆଦିଲ୍ଲୀ: ଭାରତରେ ଦିନିକିଆ କ୍ରିକେଟ ବିଶ୍ୱକପର ୨୦୨୩ ସଂସ୍କରଣ ଚଳିତ ବର୍ଷ ଆୟୋଜିତ ହେବ । ଅକ୍ଟୋବର ୧୫ରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ । ଏହି ମ୍ୟାଚ ଦେଖିବା ପାଇଁ ଏବେଠାରୁ ପ୍ରଶଂସକଙ୍କ ଉତ୍ସାହ ଦେଖିବାକୁ ମିଳିଛି । ୧୪ ଅକ୍ଟୋବରରୁ ୧୬ ପର୍ଯ୍ୟନ୍ତ ଅହମ୍ମଦାବାଦ ଯାଉଥିବା ବିମାନର ଟିକେଟ ମୂଲ୍ୟ ୩୦୦ ପ୍ରତିଶତ ବୃଦ୍ଧି ପାଇଛି । ମୁମ୍ବାଇରୁ ଅହମ୍ମଦାବାଦ ଯିବା ପାଇଁ ୨୨ ହଜାର, ଦିଲ୍ଲୀରୁ ୨୧ ହଜାର, କୋଲକାତାରୁ ୪୨ ହଜାର ଓ ବାଙ୍ଗାଲୋରରୁ ୧୮ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସେହିପରି ହାଇଦ୍ରାବାଦରୁ ୩୫ ହଜାର, ଚେନ୍ନାଇରୁ ୪୫ ହଜାର, ଚଣ୍ଡୀଗଡରୁ ୨୪ ହଜାର ଟଙ୍କା ଦେବାକୁ ପଡିବ ।

ଅକ୍ଟୋବର ୫ରୁ ବିଶ୍ୱକପ ଆରମ୍ଭ ହେବ ଏବଂ ଏହାର ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ । ସେହିପରି ଅହମ୍ମଦାବାଦର ସମସ୍ତ ବଡ ହୋଟେଲର ରହଣୀ ପ୍ରାଇସ ମଧ୍ୟ ଅହେତୁକ ବୃଦ୍ଧି ପାଇଛି । ପ୍ରଶଂସକମାନେ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିବା ଆରମ୍ଭ କରିଛନ୍ତି । ଜଣେ ପ୍ରଶଂସକ ମଜାରେ କହିଛନ୍ତି ଭାରତ-ପାକ କ୍ରିକେଟ ମ୍ୟାଚ ଏତେ ଦାମିକିଆ ହେବ ବୋଲି ମୁଁ ଜାଣି ନ ଥିଲି ।

Leave A Reply

Your email address will not be published.