Latest Odisha News

୨୯ ବର୍ଷ ପରେ ‘ନୋ କିସ୍ ପଲିସି’ ଭାଙ୍ଗିଲେ କାଜଲ, ଭିଡ଼ିଓ ଭାଇରାଲ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କାଜଲ ଏବେ ଖୁବ୍ ଚର୍ଚ୍ଚାରେ । ସେ ଡିଜନି ପ୍ଲସ ହଟ ଷ୍ଟାରର ୱେବ ସିରିଜ ‘ଦ ଟ୍ରାଏଲ’ ମାଧ୍ୟମରେ ତାଙ୍କର ଓଟିଟି ଡେବ୍ୟୁ କରିଛନ୍ତି । ନିକଟରେ ଏହି ୱେବ ସିରିଜ୍ ରିଲିଜ୍ ହୋଇଛି । ଏହାକୁ ଲୋକେ ଖୁବ୍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଏଥିରେ କାଜଲ ଜଣେ ଓକିଲ ଭୂମିକାରେ ନଜର ଆସିଛନ୍ତି । ଏହି ୱେବସିରିଜ୍‌ରେ କାଜଲଙ୍କର ଏକ ଚୁମ୍ବନ ଦୃଶ୍ୟ ଖୁବ୍ ଭାଇରାଲ ହେବାରେ ଲାଗିଛି । ଦୀର୍ଘ ୨୯ ବର୍ଷ ପରେ ନୋ କିସ୍ ପଲିସିକୁ ସେ ଭାଙ୍ଗିଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଏହି ୱେବ ସିରିଜ୍‌ରେ ଦୁଇଟି ଭିନ୍ନ ଭିନ୍ନ ସିନ୍‌ରେ କାଜଲଙ୍କ କିସିଂ ସିନ୍ ଦେଖିବାକୁ ମିଳିଛି । ଦୀର୍ଘ ୨୯ବର୍ଷ ପରେ କାଜଲ ଅନସ୍କ୍ରିନ ଚୁମ୍ବନ ଦେଇଛନ୍ତି । ସେ ଅଭିନେତା ଆଲି ଖାନ୍ ଓ ଜିଶୁ ସେନଗୁପ୍ତାଙ୍କୁ ଚୁମ୍ବନ ଦେଇଛନ୍ତି । କାଜଲଙ୍କ ଏହି ବୋଲ୍ଡ ସିନ୍‌କୁ ନେଇ ଅନେକ ଲୋକ ପସନ୍ଦ କରିଥିବା ବେଳେ ଆଉ କେହି କେହି ଏହି ବୟସରେ ତାଙ୍କର କିସିଂ ସିନକୁ ନିନ୍ଦା କରିଛନ୍ତି ।

ଏହା ପୂର୍ବରୁ ୧୯୯୨ ମସିହାରେ ସେ ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର ବେଖୁଦି ଓ ୧୯୯୪ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ୟେ ଦିଲଲଗି’ରେ ନିଜ ସହକଳାକାରଙ୍କୁ ଚୁମ୍ବନ ଦେଇଥିଲେ । ଏହା ପରେ ସେ ଅନେକ ଫିଲ୍ମରେ କାମ କରିଥିଲେ ବି ସେ କୌଣସି ଫିଲ୍ମରେ ତାଙ୍କର ଚୁମ୍ବନ ଦୃଶ୍ୟ ନ ଥିଲା । ଏବେ ୨୯ବର୍ଷ ପରେ କାଜଲ ଏହି ୱେବସିିରିଜ୍ ପାଇଁ ନିଜ ସହକଳାକାରଙ୍କୁ ଚୁମ୍ବନ ଦେଇଥିବା ଦେଖାଯାଇଛି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Leave A Reply

Your email address will not be published.