Latest Odisha News

BREAKING NEWS

ଭାରତ-ପାକିସ୍ତାନ ବିଶ୍ୱକପ ଲଢେଇ: ବର୍ଷା ସାଜିପାରେ ବାଧକ !

ମାଞ୍ଚେଷ୍ଟର: ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ କ୍ରିକେଟରେ ଆଜି ବିଶ୍ୱର ସବୁଠୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେଉଛି ମ୍ୟାଚ । କିଏ ଯିତିବ କିଏ ହାରିବ ତାହା ବଡ଼ କଥା ନୁହେଁ ମାତ୍ର ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଆଜି ପୁଣି କ୍ରିକେଟ ପଡ଼ିଆରେ ମୁହାଁମୁହିଁ ହେବା କ୍ରିକେଟ ପ୍ରେମୀଙ୍କୁ ରୋମାଞ୍ଚିତ କରୁଛି । ତେବେ ପୂର୍ବ ମ୍ୟାଚଗୁଡ଼ିକ ପରି ଏହି ମ୍ୟାଚରେ ବର୍ଷା ବାଧକ ସାଜିପାରେ ।

ଉଭୟ ଭାରତ ଓ ପାକିସ୍ତାନର ହଜାର ହଜାର ଫ୍ୟାନ ଓଲ୍ଡ ଟ୍ରାଫେଡ଼ର ଷ୍ଟାଡ଼ିୟମରେ ଏକତ୍ରୀତ ହୋଇସାରିଲେଣି । ଉଭୟ ଦଳର ଖେଳାଳି ତଥା କର୍ମକର୍ତ୍ତାମାନେ ଜର୍ସି ପିନ୍ଧି ସାରିଲେଣି ।


ଏବେ ଅମ୍ପାୟାରଙ୍କୁ ସମସ୍ତେ ଅପେକ୍ଷା କରିଛନ୍ତି । ମାତ୍ର ଓଲ୍ଡ ଟ୍ରାଫେଡ଼ର ଆକାଶରେ ମେଘ ଭର୍ତ୍ତି ହୋଇ ରହିଛି । ସବୁଠୁ ଖୁସିର କଥା ହେଲା ଏଯାଏଁ ବର୍ଷା ହୋଇନାହିଁ । ସ୍ଥାନୀୟ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ବର୍ଷା ସମ୍ଭାବନା ସୂଚନା ରହିଛି । ପାଗ ମେଘୁଆ ରହିଥିବାରୁ ବର୍ଷା ସମ୍ଭାବନାକୁ ଟାଳି ଦେଇ ହେଉନାହିଁ ।

ଭାରତ ଓ ପାକିସ୍ତାନର ଖେଳାଳିମାନେ ପଡ଼ିଆକୁ ଆସି ସାରିଛନ୍ତି । ଅମ୍ପାୟାର ଦ୍ୱୟ ଏବଂ ମ୍ୟାଚ ରେଫରୀଙ୍କ ଗ୍ରୀନ ସିଗନାଲ ପରେ ମ୍ୟାଚ ଅଗ୍ରସର ହେବ । ଟସ ପରେ ଉଭୟ ଦେଶର ଜାତୀୟ ସଙ୍ଗୀତ ଗାନ ପରେ ଖେଳ ଆରମ୍ଭ ହେବାକୁ ସମସ୍ତ ଦର୍ଶକ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.