Latest Odisha News

BREAKING NEWS

ବାହୁଡ଼ା ଯାତ୍ରା ପାଇଁ ପୋଲିସ ଛାଉଣୀରେ ପୁରୀ ସହର

ପୁରୀ: ବିନା ଭକ୍ତରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ହେଉଛି । ସହରରେ ଲାଗିଛି ୪୮ ଘଣ୍ଟିଆ କର୍ଫ୍ୟୁ । ଆସନ୍ତାକାଲି ରାତି ୮ଟା ଯାଏ ବଳବତ୍ତର ରହିବ । ଲୋକଙ୍କୁ ଘରୁ ବାହାରିବା ଉପରେ କଟକଣା ଜାରି ହୋଇଛି । ପୋଲିସ ଛାଉଣୀରେ ପୁରୀ ସହର । ପଇଁତରା ମାରୁଛି ପୋଲିସ ପାଟ୍ରୋଲିଂ ଗାଡ଼ି । ଛକ ଛକରେ ପୋଲିସର ଯାଞ୍ଚ ଚାଲିଛି ।

ରଥଯାତ୍ରା ଭଳି ବାହୁଡ଼ାରେ ବି କର୍ଫ୍ୟୁକୁ କଡ଼ାକଡ଼ି କରିଛି ପୋଲିସ । ଜିଲ୍ଲାର ୮ ପ୍ରମୁଖ ପ୍ରବେଶ ପଥରେ ନାକାବନ୍ଦୀ କରାଯାଇଛି । ବାହାର ଜିଲ୍ଲା ଲୋକଙ୍କୁ ପ୍ରବେଶ ମନା । ପୁରୀ ସହରକୁ ଥିବା ପ୍ରବେଶ ପଥ ସିଲ୍ ହୋଇଛି । ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ବନ୍ଦ କରିଛି ପୋଲିସ । ବାହୁଡ଼ା ଯାତ୍ରା ସୁରକ୍ଷାରେ ମୁତୟନ ଅଛନ୍ତି ୬୫ ପ୍ଲାଟୁନ୍ ଫୋର୍ସ ।

ବଡ଼ଦାଣ୍ଡ ପାର୍ଶ୍ୱରେ ଥିବା ହୋଟେଲ୍, ଲଜ୍, ଧର୍ମଶାଳା ଆଦିକୁ ୪ ଦିନ ବନ୍ଦ ଘୋଷଣା କରାଯାଇଛି । ସେସବୁ ସ୍ଥାନରେ କୌଣସି ପର୍ୟ୍ୟଟକ ରହିପାରିବେ ନାହିଁ । ସେହିପରି ବଡ଼ଦାଣ୍ଡକୁ ସଂଲଗ୍ନ ଘରଗୁଡ଼ିକର ପରିବାର ସଦସ୍ୟ ଘରୁ ବାହାରି ବାହୁଡ଼ା ଯାତ୍ରା ଦେଖିବା ଉପରେ ଲାଗିଛି କଟକଣା । କେହି ଛାତ ଉପରୁ କିମ୍ବା ବାଲକୋନୀରୁ ବି ଦେଖିପାରିବେ ନାହିଁ ବାହୁଡ଼ା ଯାତ୍ରା । ଏଥିପାଇଁ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଡ୍ରୋନ୍ କ୍ୟାମେରା ବୁଲିବ ।

Leave A Reply

Your email address will not be published.