ଅହମ୍ମଦାବାଦ: ଆଜି ଭାରତ-ଓ୍ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ । ଆଜିର ମ୍ୟାଚ୍ ଜିତି ଆଗୁଆ ସିରିଜ କବଜା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଆଜିର ମ୍ୟାଚରେ କିଏ ଖେଳିବେ, କାହାକୁ ମିଳିବ ବିଶ୍ରାମ ତାଉପରେ ନଜର ରହିଛି । ପ୍ଲେଇଂ ଇଲେଭେନରେ କାହାକୁ ସୁଯୋଗ ମିଳିବ । ଟିମକୁ ଫେରିଛନ୍ତି ଲୋକେଶ ରାହୁଲ । ତେଣୁ ଆଜିର ମ୍ୟାଚରେ ସେ ଖେଳିବା ଏକ ପ୍ରକାର ନିଶ୍ଚିତ ।
ସେ ଟିମକୁ ଫେରିଥିବାରୁ ଇଶାନ୍ କିଷାନଙ୍କୁ ସୁଯୋଗ ମିଳିବ କି ନାହିଁ ? ନା ରାହୁଲ ମଧ୍ୟକ୍ରମରେ ବ୍ୟାଟିଂ କରିବେ ନା ଇଶାନ୍ କିଷାନ ପୂର୍ବ ମ୍ୟାଚ୍ ଭଳି ଓପେନିଂ କରିବେ ? ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ପରେ ଲାଗୁଛି ଇଶାନ୍ କିଷାନ୍ କିମ୍ବା ସୂର୍ୟ୍ୟକୁମାର ଯାଦବଙ୍କ ମଧ୍ୟକୁ କାହାକୁ ଜଣଙ୍କୁ ସୁଯୋଗ ମିଳିବ ।
?? ??? ???? & ?????? ?? ??!?
#TeamIndia gear up for the
nd ODI against West Indies. ? ?#INDvWI | @Paytm pic.twitter.com/52D3kv1XJp
— BCCI (@BCCI) February 8, 2022
ବୋଲିଂରେ କୌଣସି ପରିବର୍ତ୍ତନ କରି ନପାରନ୍ତି ରୋହିତ ଶର୍ମା । ସ୍ପିନ୍ ବିଭାଗ ଯୁଜବେନ୍ଦର ଚହଲ ଓ ଓ୍ୱାଂଶିଟନ୍ ସୁନ୍ଦର ସମ୍ଭାଳିବେ । ପ୍ରଥମ ଦିନିକିଆରେ ସେମାନେ ୭ଟି ୱିକେଟ ନେଇଥିଲେ । ଫାଷ୍ଟ ବୋଲିଂ ସାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ପ୍ରସିଦ୍ଧି କ୍ରିଷ୍ଣା ସମ୍ଭାଳିବେ । ଆବଶ୍ୟକ ହେଲେ ଦୀପକ ହୁଡ୍ଡା ବି ବୋଲିଂ କରାଇପାରନ୍ତି କ୍ୟାପଟେନ୍ ରୋହିତ ଶର୍ମା । ତିନି ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ ।
ଏହି ମ୍ୟାଚ୍ ହେବ ଉଭୟ ଦଳ ମଧ୍ୟରେ ୨୫୦ତମ ଦିନିକିଆ । ବର୍ତ୍ତମାନ ସୁଦ୍ଧା ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ୯୮ଟି ଟେଷ୍ଟ, ୧୩୪ ଦିନିକିଆ ଓ ୧୭ଟି ଟି-ଟ୍ୱେଣ୍ଟି ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି । ୨୪୯ ଅନ୍ତର୍ଜାତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ୯୭ଟି ଜିତିଥିବା ବେଳେ ଓ୍ୱେଷ୍ଟଇଣ୍ଡିଜ ୯୯ଟିରେ ବିଜୟୀ ହୋଇଛି ।
Comments are closed.