Latest Odisha News

BREAKING NEWS

ଆଜି ଖେଳାଯିବ ଭାରତ- ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ, ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଆଜି ଖେଳାଯିବ । ଟେଷ୍ଟ ସିରିଜ ଜିତିବା ପରେ ଦିନିକିଆ ସିରିଜ ଉପରେ କବଜା କରିବା ଲକ୍ଷ୍ୟରେ ଆଜି ମଇଦାନକୁ ଓହ୍ଲାଇବ ଭାରତ । ସେପଟେ ଟେଷ୍ଟ ସିରିଜ ହାରିବାର ପ୍ରତିଶୋଧ ନେବା ଲକ୍ଷ୍ୟରେ ଖେଳିବ ୱେଷ୍ଟଇଣ୍ଡିଜ୍ । ଦିନିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ ବାର୍ବାଡୋସ୍‌ରେ ଏବଂ ଶେଷ ମ୍ୟାଚ୍‌ ତ୍ରିନିଦାଦ୍‌ରେ ଖେଳାଯିବ। ସମସ୍ତ ମ୍ୟାଚ୍‌ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ।

ଟେଷ୍ଟ ଶୃଙ୍ଖଳାକୁ ଜିତିବା ପରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଆଜିଠାରୁ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ। ଉଭୟ ଦଳଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଶୃଙ୍ଖଳାରେ ୨୦୦୬ ମସିହା ପରଠୁ ଭାରତ କେବେ ବି ପରାଜିତ ହୋଇନଥିବାରୁ ରୋହିତ ଶର୍ମାଙ୍କ ଦଳ ଏହି ଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି । ଏହି ସିରିଜ ଜରିଆରେ ବିଶ୍ବକପକୁ ଦୃଷ୍ଟିରେ ରଖି ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ, ସଞ୍ଜୁ ସାମସନ୍‌ ଓ ୟୁଝବେନ୍ଦ୍ର ଚହଲଙ୍କ ପ୍ରଦର୍ଶନ ଉପରେ ଅଧିକ ନଜର ରହିବ। ଦୁଇଟି ଯାକ ଟିମ୍‌ ଏପର୍ଯ୍ୟନ୍ତ ୧୩୯ ଦିନିକିଆ ମ୍ୟାଚ୍‌ ଖେଳିସାରିଲେଣି । ସେଥିରୁ ୱେଷ୍ଟଇଣ୍ଡିଜ୍ ୬୩ଟି ଏବଂ ଭାରତ ୭୦ଟି ମ୍ୟାଚ୍‌ ଜିତିସାରିଛି । ଦୁଇଟି ମ୍ୟାଚ୍‌ ଡ୍ର ଏବଂ୪ ମ୍ୟାଚ୍‌ ଟାଇ ହୋଇ ରହିଛି । ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୧-୦ ରେ ଜିତିବା ପରେ ଦିନିକିଆରେ ଭାରତ କ୍ଲିନ୍ ସ୍ୱିପ୍ କରିବାକୁ ଲକ୍ଷ୍ୟ ରଖିଛି । ବିରାଟ, ରୋହିତ ଟେଷ୍ଟରେ ଶତକ ହାସଲ କରି ଭଲ ଫର୍ମରେ ଥିବା ବେଳେ ସୂର୍ଯ୍ୟକୁମାର, ଇଶାନ କିସନ୍ ଓ ଚହଲଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

Leave A Reply

Your email address will not be published.