Latest Odisha News

BREAKING NEWS

ସେନା କବଜାରେ ନାଇଜର, ଗିରଫ ହେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପଶ୍ଚିମ ଓ ମଧ୍ୟ ଆଫିକାରେ ଗୋଟିଏ ପରେ ଗୋଟିଏ ଦେଶ ସେନାକୁ କବଜାକୁ ଯିବାରେ ଲାଗିଛି । ଗୁରୁବାର ନାଇଜର ସେନା ରାଷ୍ଟ୍ରପତି ମହମ୍ମଦ ବମଜଙ୍କୁ ଗିରଫ କରି ଶାସନ ହାତେଇଛନ୍ତି । ରାଷ୍ଟ୍ରପତି ଭବନରେ ପ୍ରବେଶ କରି ସେମାନେ ଏହି କାଣ୍ଡ ରଚିବା ପରେ ନ୍ୟାଶନାଲ ଚ୍ୟାନେଲରେ ଏ ନେଇ ଘୋଷଣା କରିଥିଲେ । ନାଇଜର ବର୍ଡରକୁ ସିଲ କରି ଦିଆଯାଇଛି ଏବଂ ଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି । କର୍ଣ୍ଣଲ ଅମାଦୌ ଅନ୍ଦ୍ରମାନେ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସସପେଣ୍ଡ କରି ଦେବା କୌଣସି ପ୍ରକାରର ବିଦେଶୀ ହସ୍ତକ୍ଷେପ ସହ୍ୟ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏହା ପୂର୍ବରୁ ବୁର୍କିନା ଫାସୋ, ମାଳୀ, ଚାଡ ଓ ଗିନିରେ ମଧ୍ୟ ସେନା କ୍ଷମତା ନିଜ ହାତକୁ ନେଇଛି ।

ଆତଙ୍କବାଦୀ ଏବଂ ଆର୍ଥୀକ ସ୍ଥିତି ସମ୍ଭାଳିବାରେ ସରକାର ଅସମର୍ଥ ହେଉଥିବାରୁ ଆମେ ଏହି ପଦକ୍ଷେପ ଗ୍ରହଣ କରିଛୁ ବୋଲି ସେନା ପକ୍ଷରୁ କୁହାଯାଇଛି । ଆମେରିକା ବିଦେଶ ମନ୍ତ୍ରୀ ନାଇଜର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବା ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଆଶ୍ୱସନା ଦେଇଛନ୍ତି । ଆମେରିକା ଯଦି ହସ୍ତକ୍ଷେପ କରେ ତାହାହେଲେ ଦେଶରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି ।

Leave A Reply

Your email address will not be published.