Latest Odisha News

BREAKING NEWS

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ପୋଲିସ ଏନକାଉଣ୍ଟରରେ ୪ ଅଭିଯୁକ୍ତ ମୃତ

ହାଇଦ୍ରାବାଦ: ତେଲେଙ୍ଗାନାରେ ଜଣେ ୨୭ ବର୍ଷୀୟ ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ସାରା ଦେଶରେ ଉଦବେଗ୍ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ପୋଲିସର ଏନକାଉଣ୍ଟରରେ ସମସ୍ତ ୪ ଜଣ ଅଭିଯୁକ୍ତଙ୍କର ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଏହି ମାମଲାରେ ଅଧିକ ଖୋଳତାଡ କରିବା ପାଇଁ ସମ୍ପୃକ୍ତ ଡାକ୍ତରାଣୀଙ୍କର ମୃତଦେହ ଯେଉଁ ପୋଲ ନିକଟରୁ ଠାବ ହୋଇଥିଲା ସେହିସ୍ଥାନକୁ ଅଭିଯୁକ୍ତମାନଙ୍କୁ ନିଆଁଯାଇଥିଲା । ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ ସେଠାରୁ ଖସି ଯିବାକୁ ଚେଷ୍ଟା କରୁଥିଲେ । ଫଳରେ ପୋଲିସ ଏନକାଉଣ୍ଟର କରିଥିଲା ବୋଲି ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ଗତ ନଭେମ୍ବର ୨୮ ତାରିଖରେ ତେଲେଙ୍ଗାନାରର ରଙ୍ଗା ରେଡ୍ଡୀ ଜିଲ୍ଲା ଅନ୍ତର୍ଗତ ଶାଦନଗର ସହର ନିକଟରେ ଥିବା ଚେତନାପାଲ୍ଲୀ ପୋଲ ତଳୁ ସମ୍ପୃକ୍ତ ମହିଳା ଡାକ୍ତରଙ୍କ ଦଗ୍ଧ ଶରୀରକୁ ଉଦ୍ଧାର କରାଯାଇଥିଲା ।

ତା’ର ଗୋଟିଏ ଦିନ ପୂର୍ବରୁ ପ୍ରାୟ ୪ ଜଣ ଯୁବକ ସମ୍ପୃକ୍ତ ଡାକ୍ତରାଣୀଙ୍କ ଦୁଷ୍କର୍ମ କରିବା ପରେ ସ୍ଥାନୀୟ ଚେଟନପଲ୍ଲୀ ନିକଟରେ ତାଙ୍କ ଦେହରେ ନିଆଁ ଲଗାଇ ହତ୍ୟା କରିଥିଲେ ।

Leave A Reply

Your email address will not be published.