Latest Odisha News

BREAKING NEWS

ଖୁବଶୀଘ୍ର ଭାରତକୁ ମିଳିବ ୧୫ ଲକ୍ଷ ମଡର୍ଣ୍ଣା ଡୋଜ

ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତକୁ ମିଳିବ ୧୫ ଲକ୍ଷ ମଡର୍ଣ୍ଣା ଡୋଜ । ଏନେଇ ସୂଚନା ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ପ୍ରାଥମିକ କ୍ଲିନିକାଲ ପରୀକ୍ଷାରୁ ସ୍ପଷ୍ଟ ହୋଇଛି ଯେ, ଏହାର ଆରୋଗ୍ୟ କରିବା କ୍ଷମତା ୯୪.୧ ପ୍ରତିଶତ । ସେପଟେ ଭାରତକୁ ଏହି ଟିକା ଆଣିବା ଲାଗି ବି ସରକାର ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଗତ ଜୁନ ୨୯ରେ ଔଷଧ ନିୟାମକ ସଂସ୍ଥା ଡିସିଜିଆଇ ମଡର୍ଣ୍ଣା କୋଭିଡ ଟିକାର ଜରୁରୀକାଳୀନ ବ୍ୟବହାର ନେଇ ସବୁଜ ସଂକେତ ଦେଇଥିଲେ ।

ଏବେ ଭାରତରେ କୋଭାକ୍ସିନ, ଆଷ୍ଟ୍ରାଜେନେକା, କୋଭିସିଲଡ ଆଦି ଟିକା କୋଭିଡ ମୁକାବିଲାରେ ବ୍ୟବହାର କରାଯାଉଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଦକ୍ଷିଣ ପୂର୍ବ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ, ଡାକ୍ତର ପୁନମ କ୍ଷେତ୍ରପାଳ କହିଛନ୍ତି ଭାରତକୁ ମଡର୍ଣ୍ଣା ଯୋଗାଇ ଦେବା ଲାଗି ସମସ୍ତ ପ୍ରସ୍ତୁତି ହୋଇଛି । ଏହାର ଆରୋଗ୍ୟ କରିବାର କ୍ଷମତା ଅଧିକ ଥିବାରୁ ଭାରତ ଲାଗି ଏହା ବେଶ୍ ଗୁରୁତ୍ବ ବହନ କରୁଛି ।

Leave A Reply

Your email address will not be published.