Latest Odisha News

BREAKING NEWS

ଅଧିକ ସଂକ୍ରମିତ ଥିବା ଜିଲ୍ଲା ଉପରେ ସ୍ବତନ୍ତ୍ର ଫୋକସ

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ସ୍ଥିତିରେ ସୁଧାର ଆସୁଥିବା ବେଳେ, ଏବେ ଚିନ୍ତା ବଢ଼ାଇଛି ୪ ଜିଲ୍ଲା । କାରଣ ଏହି ୪ ଜିଲ୍ଲାରେ ଅଧିକ ରହୁଛି ସଂକ୍ରମଣ । ଅର୍ଥାତ ପ୍ଲାଟ୍ୟୁ ଷ୍ଟେଜରେ ରହୁଛି ୪ ଜିଲ୍ଲା । ତେଣୁ ଏହି ସବୁ ଜିଲ୍ଲାରେ ସର୍ଭେଲାନ୍ସକୁ ବ୍ୟାପକ କରାଯାଇଛି । ଏହାସହ ଏହି ୪ ଜିଲ୍ଲାରେ ଅଧିକ ଫୋକସ ଦେବାକୁ ପଡ଼ିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ କହିଛନ୍ତି ଯେ, କଟକଣା କଟକଣା କୋହଳ ହେବା ପରେ ବଜାରରେ ଲୋକଙ୍କ ଗହଳି ତୃତୀୟ ଲହର ଆସିବାର ମୁଖ୍ୟ କାରଣ ହୋଇପାରେ । ହେଲେ କରୋନାର ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଏହାସହ ମହାମାରୀର ମୁକାବିଲା ପାଇଁ ଜାରି ରହିବ ଟିକାକରଣ । ଟ୍ରେସିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ ଉପରେ ଦିଆଯାଉଛି ଗୁରୁତ୍ବ । ତେବେ ଶିଶୁଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ଧ୍ୟାନ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Leave A Reply

Your email address will not be published.