Latest Odisha News

BREAKING NEWS

ପାକିିସ୍ତାନରେ ଭାରତ ଚାମ୍ପିୟନ୍ସ ଟ୍ରଫି ଖେଳି ନ ପାରେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ଜନୈକ ଅଧିକାରୀ କହିଛନ୍ତି ଯେ, ଦ୍ୱିପାକ୍ଷିକ ସିରିଜ କଣ ଭାରତ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି । ଭେନ୍ୟୁ ବଦଳାଇବା ବିସିସିଆଇ ନିଶ୍ଚିତ ଭାବେ ଆଇସିସି ନିକଟରେ ଦାବୀ କରିବ । ଯଦି କିଛି ସମ୍ଭବ ନୁହେଁ ତେବେ ହାଇବ୍ରିଡ ମଡେଲ ଆପଣାଯାଇ ପାରେ ବୋଲି ସେ କହିଛନ୍ତି । ପିସିବି ଅଧ୍ୟକ୍ଷ ମୋହସିନୀ ନକବୀ କହିଛନ୍ତି ଭାରତ ଯଦି ଆସନ୍ତା ବର୍ଷ ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଟିମ ପଠାଇବ ତେବେ ଆମେ ଦ୍ୱିପାକ୍ଷିକ ସିରିଜ ଖେଳିବାକୁ ପ୍ରସ୍ତୁତ ।

ପ୍ରତିଦ୍ୱନ୍ଦ୍ୱୀ ଦେଶ ସହ ଭାରତର କୂଟନୀତି ସମ୍ପର୍କ ବିଚାରକୁ ନେଲେ ଏବେ ପାକିସ୍ତାନ ଯିବା ସମ୍ଭବପର ଲାଗୁ ନାହିଁ ବୋଲି ସେ କହିଛନ୍ତି । ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଖେଳାଯିବ । ୨୦୧୭ ପରଠାରୁ ଏହି ଟୁର୍ଣ୍ଣାମେଂଟ ଆୟୋଜିତ ହୋଇନି । ଶେଷ ଥର ଭାରତକୁ ହରାଇ ପାକିସ୍ତାନ ଚାମ୍ପିୟନ ହୋଇଥିଲା ।

Leave A Reply

Your email address will not be published.