Latest Odisha News

BREAKING NEWS

ଚାମ୍ପିୟନ୍ସ ଟ୍ରଫି: ଭାରତ-ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ-ଦକ୍ଷିଣ ଆଫ୍ରିକା ସେମିଫାଇନାଲ

ଦୁବାଇ: ବରୁଣ ଚକ୍ରବର୍ତିଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଏଠାରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଅନ୍ତିମ ଲିଗ ମୁକାବିଲାରେ ଭାରତ ୪୪ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଏଥିସହ ସେମିଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଭାରତ-ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ପ୍ରବେଶ ନେଇ ମୁକାବିଲା ହେବ । ଭାରତ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୫୦ ରନର ଟାର୍ଗେଟ ଦେଇଥିଲା । ଶ୍ରେୟାଶ ଆୟାର ସର୍ବାଧିକ ୭୯ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ ୪୨ ଓ ହାର୍ଦ୍ଦିକ ପାଣ୍ଡ୍ୟା ୪୫ ରନ କରିଥିଲେ । ମାଟ୍ଟ ହେନେରୀ ସର୍ବାଧିକ ୫ଟି ୱିକେଟ ନେଇଥିଲେ ।

ନ୍ୟୁଜିଲାଣ୍ଡ ୪ ୱିକେଟ ବିନିମୟରେ ୧୩୩ ରନ କରି ଭଲ ସ୍ଥିତିରେ ରହିଥିଲା । ଏହା ପରେ ଭାରତୀୟ ସ୍ପିନର ଉଚିତ ମୁକାବିଲା କରି ନ ପାରି ଦଳ ୪୫.୩ ଓଭରରେ ୨୦୫ ରନ କରି ଅଲଆଉଟ ହୋଇ ଯାଇଥିଲା । କେନ ୱିଲିୟମସନ ୮୧ ରନ କରିଥିଲେ । ଭାରତ ପକ୍ଷରୁ ବରୁଣ ସର୍ବାଧିକ ୫ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୂଲଦୀପ ଯାଦବ ୨ଟି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ବରୁଣ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Comments are closed.