Latest Odisha News

କିଟ୍‌ରେ ରାଷ୍ଟ୍ରୀୟ ବିଜ୍ଞାନ ଦିବସ ପାଳିତ, ଟେଲିସ୍କୋପ୍ ଦେଲେ ଜ୍ୟୋତିର୍ବିଜ୍ଞାନୀ ଡ. ଅଶ୍ୱିନ ଶେଖର

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ରାଷ୍ଟ୍ରୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନରୱେର ପୂର୍ବତନ ମନ୍ତ୍ରୀ ତଥା କୁଟନୀତିଜ୍ଞ ଏରିକ୍ ସୋଲେମ୍ ଓ ଖ୍ୟାତି ସମ୍ପନ୍ନ ଜ୍ୟୋତିର୍ବିଜ୍ଞାନୀ ଡ. ଅଶ୍ୱିନ ଶେଖର ଅତିଥି ଭାବେ ଯୋଗ ଦେଇଛନ୍ତି।

ଏହି ଅବସରରେ ସୋଲେମ୍‍ କିଟ୍‍ ଓ କିସ୍‍ କାର୍ଯ୍ୟକୁ ନେଇ ପ୍ରଶଂସା କରିଥିଲେ। ସେହିପରି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ସେ କହିଥିଲେ ଯେ ଯେତେବଡ଼ ଉଚ୍ଚ ସ୍ଥାନରେ ପହଞ୍ଚିଲେବି ସବୁବେଳେ ନମ୍ର ହେବାକୁ ଚେଷ୍ଟା କର। ଗ୍ରାମୀଣ ଓ ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତିକରଣରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ମଧ୍ଯ ସେ ପ୍ରଶଂସା କରିଛନ୍ତି।

ତେବେ ସେ କିସ୍‍କୁ ଏକ ଟେଲିସ୍କୋପ ପ୍ରଦାନ କରିବା ସହ କହିଛନ୍ତି, ଆଜି ଭଳି ଦିନରେ ଏହି ଟେଲିସ୍କୋପ୍ ପାଇବା ପାଇଁ କିସ୍‍ ହେଉଛି ଯୋଗ୍ୟତମ ଅନୁଷ୍ଠାନ । କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଭାରତର ବୈଜ୍ଞାନିକ ପ୍ରଗତିର ସମୃଦ୍ଧ ଇତିହାସ ଉପରେ ଆଲୋକପାତ କରିଥିଲେ। ବିଜ୍ଞାନକୁ ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣୀୟ ଏବଂ ଉପଭୋଗ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ ।

 

Comments are closed.