Latest Odisha News

BREAKING NEWS

ବ୍ରିସବେନରେ ଇତିହାସ ରଚିଲା ଭାରତ, ଅଷ୍ଟ୍ରେଲିଆକୁ ୩ ଓ୍ୱିକେଟରେ ହରାଇ ୨-୧ରେ ଟେଷ୍ଟ ସିରିଜ କବଜା

ବ୍ରିସବେନ୍: ବର୍ଡର ଗାଭାସ୍କର ଟେଷ୍ଟ ସିରିଜ ଜିତିଲା ଟିମ୍ ଇଣ୍ଡିଆ । ବ୍ରିସବେନରେ ଐତିହାସିକ ବିଜୟ ହାସଲ । ଶେଷ ଟେଷ୍ଟରେ ଘରୋଇ ଦଳକୁ ୩ ଓ୍ୱିକେଟରେ ହରାଇଛି ଭାରତ । ଏହି ବିଜୟ ସହ ସିରିଜକୁ ୨-୧ରେ କବଜା କରିଛି ଟିମ୍ ଇଣ୍ଡିଆ । ଏଥିସହ ଆଇସିସି ଟେଷ୍ଟ ରାଙ୍କିଂରେ ଅଷ୍ଟ୍ରେଲିଆକୁ ପଛକୁ ଠେଲି ଭାରତ ନମ୍ବର ୨ ହୋଇଛି ।

ବିଜୟୀ ଟେଷ୍ଟ ହିରୋ ପାଲଟିଛନ୍ତି ରିଷଭ ପନ୍ଥ । ସେ ଅପରାଜିତ ୮୯ ରନ କରି ଦଳକୁ ବିଜୟୀ କରାଇଛନ୍ତି । ୩୨୮ ରନ୍ ଟାର୍ଗେଟକୁ ୭ ଓ୍ୱିକେଟ ବିନିମୟରେ ହାସଲ କରି ନେଇଛି ଟିମ୍ ଇଣ୍ଡିଆ । ବିଜୟ ମୂଳଦୂଆ ପକାଇଥିଲେ ଶୁଭମନ ଗିଲ୍ । ସେ ଶତକରୁ ବଞ୍ଚିତ ହୋଇଥିଲେ ବି ଭାରତର ବିଜୟ ଆଶା ସଞ୍ଚାର କରିଥିଲେ । ଶୁଭମନ୍ ଗିଲ୍ ୯୧ ରନ୍ କରିଥିଲେ ।

ଚେତେଶ୍ୱର ପୂଜାରା ବି ଧୈର୍ୟ୍ୟପୂର୍ଣ୍ଣ ବ୍ୟାଟିଂ କରିଥିଲେ । ପୂଜାରା ଦ୍ୱିତୀୟ ଇନିଂସରେ କରିଛନ୍ତି ୫୬ ରନ୍ । ଆଜିଙ୍କ୍ୟ ରାହାଣେ ୨୪ ଏବଂ ଓ୍ୱାଶିଂଟନ ସୁନ୍ଦର ୨୨ ରନ୍ କରିଛନ୍ତି । ଶେଷ ଯାଏ ରିଷଭ ପନ୍ଥ ଲଢ଼ି ଭାରତକୁ ଐତିହାସିକ ବିଜୟୀ ଭେଟି ଦେଇଛନ୍ତି ।

ବ୍ରିସବେନ୍ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୬୯ ଓ ଦ୍ୱିତୀୟ ଇନିଂସରେ ୨୯୪ ରନ୍ କରିଥିଲା । ଭାରତ ପ୍ରଥମ ପାଳିରେ ୩୩୬ ରନ୍ ଓ ଦ୍ୱିତୀୟ ଇନିଂସରେ ୭ ଓ୍ୱିକେଟ ବିନିମୟରେ ୩୨୯ ରନ୍ କରି ବିଜୟ ହାସଲ କରିଛି ।

Leave A Reply

Your email address will not be published.