Latest Odisha News

ୟୁ-ଟ୍ୟୁବରେ ଯାଦୁ ଦେଖାଇବେ ଓଲିଉଡ କୁଇନ୍ ବର୍ଷା

ଓଲିଉଡ କୁଇନ୍ ତଥା ସୁନ୍ଦରୀ ବର୍ଷା ପ୍ରିୟଦର୍ଶିନୀ ନିଜ ଅଭିନୟ ଯାଦୁ ବଳରେ ଦର୍ଶକଙ୍କ ହୃଦୟରେ ସବୁବେଳେ ରାଜ କରିଥାନ୍ତି । ସୁନ୍ଦରୀ ବର୍ଷା ଓଲିଉଡ ଇଣ୍ଡଷ୍ଟ୍ରିରେ ରାଜ୍ କରୁଥିôବାବେଳେ ଏବେ ଅଭିନୟର ଯାଦୁ ଦେଖାଇବା ପାଇଁ ଏକ ନୂଆ ପ୍ଲାଟଫର୍ମକୁ ଆପଣେଇଛନ୍ତି ।

ନିଜ ଅଭିନୟ ଓ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ସୁନ୍ଦରୀ ବର୍ଷା ନିଜ ଫ୍ୟାନ୍ସମାନଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି ।

ବର୍ଷା ଏବେ ୟୁ-ଟ୍ୟୁବ୍ ଚ୍ୟାନେଲରେ ନିଜର ମନର କଥା ହେବେ । ଦର୍ଶକଙ୍କ ସହ ସମ୍ପର୍କରେ ରହିବା ପାଇଁ ସେ ୟୁ-ଟ୍ୟୁବରେ ‘ ଠଇଜଝଐଇ ଚଜଓଣଇଊଇଜଝଐଓଘଓ’ ନାମରେ ଏକ ଚ୍ୟାନେଲ ଖୋଲିଛନ୍ତି ।

 

ଏଥିରେ ସେ ନିଜର ଫିଲ୍ମ ଖବର ହେଉ ବା କୌଣସି ସାମାଜିକ କାମ ସମ୍ବନ୍ଧୀୟ ଖବର ହେଉ, ଏହା ମାଧ୍ୟରେ ଦର୍ଶକଙ୍କୁ ଅବଗତ କରାଇବେ । ସେ ଚ୍ୟାନେଲରେ ନିଜର ପ୍ରଥମ ଭିଡିଓ ଅପଲୋଡ କରିଛନ୍ତି ।

ଏଥିରେ ତାଙ୍କର ଆଗାମୀ ଫିଲ୍ମ ‘ନିମକି’ ସମ୍ପର୍କରେ ବର୍ଷା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.