Latest Odisha News

BREAKING NEWS

ଐତିହାସିକ ଦିବା-ରାତ୍ର ଟେଷ୍ଟ ସହ ୨-୦ରେ ଶୃଙ୍ଖଳା ଜିତିଲା ଭାରତ

କୋଲକାତା: ବାଂଲାଦେଶକୁ ଗୋଟିଏ ଇନିଂସ ଏବଂ ୪୬ ରନରେ ପରାସ୍ତ କରି ଭାରତ କୋଲକାତାଠାରେ ଅନୁଷ୍ଠିତ ହେଉଥିବା ଐତିହାସିକ ଦିବାରାତ୍ର ମ୍ୟାଚ୍ ଜିତିପାରିଛି । କୋଲକାତା ଟେଷ୍ଟରେ ବିଜୟ ହାସଲ କରିବା ସହିତ ଭାରତ ଏହି ଶୃଙ୍ଖଳାକୁ ୨-୦ରେ ଜିତିପାରିଛି ।

ଭାରତର ପ୍ରଥମ ଇନିଂସ ସ୍କୋର ୩୪୭ ରନର ପିଛା କରି ୨ୟ ଇନିଂସରେ ବାଂଲାଦେଶ ୧୯୫ ରନ କରିବାକୁ ସକ୍ଷମ ହୋଇଛି । ଦଳ ୧ମ ଇନିଂସରେ କରିଥିଲା ମାତ୍ର ୧୦୬ ରନ ।

ବାଂଲାଦଳ ପକ୍ଷରୁ ମୁସଫିକର ରହିମ ସର୍ବାଧିକ ୭୪ ରନ କରିଛନ୍ତି ।

ଭାରତୀୟ ଫାଷ୍ଟ ବୋଲର୍ ଈଶାନ୍ତ ଶର୍ମା ୪ଟି ୱିକେଟ ଅକ୍ତିଆର କରି ବାଂଲାଦେଶ ଲାଗି ଅଧିକ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇଛନ୍ତି । ଉମେଶ ଯାଦବ ପ୍ରଶଂସନୀୟ ବୋଲିଂ କରି ୫ଟି ୱିକେଟ ହାସଲ କରିପାରିଛନ୍ତି ।

ଈଶାନ୍ତ ଏହି ମ୍ୟାଚରେ ମୋଟ ୧୦ଟି ୱିକେଟ ହାସଲ କରି ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇଛନ୍ତି ।

Leave A Reply

Your email address will not be published.