Latest Odisha News

ଓଡ଼ିଶା ସରକାରଙ୍କ ‘୫-ଟି’ କୁ ନୀତି ଆୟୋଗଙ୍କ ପ୍ରଶଂସା

ଭୁବନେଶ୍ୱର: ସ୍ୱଚ୍ଛତା ତଥା ଉତ୍ତମ ଶାସନ ବଜାୟ ରଖିବାଲାଗି ଓଡ଼ିଶା ସରକାର ଯେଉଁ ‘୫-ଟି’ ନୀତି ଅବଲମ୍ବନ କରିଛନ୍ତି ତାହାକୁ ନୀତି ଆୟୋଗ ସମର୍ଥନ କରିବା ସହିତ ପ୍ରଶଂସା କରିଛି ।

ରାଜ୍ୟର ଶିକ୍ଷା ପଦ୍ଧତିର ବିକାଶକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ୫ଟି ର ଏଜେଣ୍ଡା କାର୍ଯ୍ୟକାରୀ କରିଥିଲେ । ନୀତି ଆୟୋଗ ଏକ ଟ୍ୱିଟ୍ ମାଧ୍ୟମରେ ଏହା ପ୍ରକାଶ କରିବା ସହିତ ଏହି ୫-ଟି ମାଧ୍ୟମରେ କିପରି ପିଲାମାନଙ୍କର ଶିକ୍ଷାକୁ ଗୁରୁତ୍ୱପୂର୍ଣ୍ଣ ଦିଆଯାଉଛି ତାହାକୁ ନୀତି ଆୟୋଗ ବେଶ୍ ପ୍ରଶଂସା କରିଛନ୍ତି ।

ନିକଟରେ ନୀତି ଆୟୋଗ ପକ୍ଷରୁ ହୋଇଥିବା ଏସଇକ୍ୟୁ ସର୍ବେକ୍ଷଣ ଅନୁଯାୟୀ ଓଡ଼ିଶାର ସ୍ଥାନ ଦେଶରେ ନବମରେ ରହିଛି । ଏହି ରାଜ୍ୟ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ଲାଗି ସୁନ୍ଦର ଯୋଜପା ଆପଣେଇଥିବା ନୀତି ଆୟୋଗ ଦର୍ଶାଇଛନ୍ତି ।

ନବୀନ ପଟ୍ଟନାୟକ ପଞ୍ଚମ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅକ୍ଟୋବର ୨ ତାରିଖରେ ‘ମୋ ସରକାର’ ମାଧ୍ୟମରେ ଶାସନ ପଦ୍ଧତିକୁ କାର୍ଯ୍ୟକାରୀ କରିଛନ୍ତି । ରାଜ୍ୟର ଜନସାଧାରଣଙ୍କୁ ଏକ ଭଲ ଶାସନ ଦେବା ଲକ୍ଷ୍ୟ ନେଇ ଏହା କାର୍ଯ୍ୟକାରୀ ହୋଇଛି ।

ଏହି ୫-ଟି ରେ ଟିମ୍ ୱର୍କ, ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି ବା ଶାସନରେ ସ୍ୱଚ୍ଛତା, ଟ୍ରାନସଫୋରମିଶନ ଅଫ ଟାଇମ ଲିମିଟ୍ କୁ ଅଗ୍ରାଧିକାର ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀଙ୍କ ଉତ୍ତମ କାର୍ଯ୍ୟ ଲାଗି ପୁରସ୍କାର ବ୍ୟବସ୍ଥା ଏବଂ କାର୍ଯ୍ୟରେ ଅବହେଳା ଯୋଗୁଁ ଦୋଷୀ ସାବ୍ୟସ୍ତ ହେବାର କଡ଼ା ବ୍ୟବସ୍ଥା ରହିଛି । ରାଜ୍ୟର ଅଧିକାଂଶ ପୋଲିସ ଷ୍ଟେସନ ଗୁଡ଼ିକୁ ଦୃଷ୍ଟି ଦେବା ସହିତ ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରର ସେବା କିପରି ତ୍ୱରାନ୍ୱିତ ହେବ ତାହାକୁ ଏହି ୫ଟିରେ ଅଗ୍ରାଧିକାର ଦିଆଯାଇଛି ।

ଆଗାମୀ ଦିନରେ ରାଜ୍ୟ ସରକାର କୃଷି, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣକୁ ଆସନ୍ତା ଡ଼ିସେମ୍ବର ୨ ତାରିଖରୁ ଅଗ୍ରାଧିକାର ମଧ୍ୟ ଦେବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.