Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ଜାପାନକୁ ୮ଟି ଗୋଲ ଦେଇ ହକି ସେମିଫାଇନାଲରେ ଭାରତ

ଜାକର୍ତ୍ତା: ପୁରୁଷ ହକିରେ ଆଜି ଭାରତ ଭେଟିଥିଲା ଜାପାନକୁ । ଜାପାନକୁ ୮-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ନିଜ ସ୍ଥାନ ସୁରକ୍ଷିତ କରିପାରିଛି ଭାରତ ।

ଆଜି ପୂର୍ବପରି ପୂରା ମ୍ୟାଚରେ ବେଶ୍ ପ୍ରଭାବ ବିସ୍ତାର କରି ଖେଳିଥିଲା ଭାରତୀୟ ଦଳ । ଜାପାନ ଭାରତଠୁ ଅପେକ୍ଷାକୃତ ଦୁର୍ବଳ ଦଳ ହୋଇଥିଲେ ମଧ୍ୟ ଭାରତ ବିପକ୍ଷରେ ଗୋଲଟିଏ ଦେବାକୁ ପ୍ରବଳ ଚେଷ୍ଟା କରିଥିଲା, କିନ୍ତୁ ନିରାଶ ହୋଇ ପରାସ୍ତ ହୋଇଥିଲା ।

ଭାରତ ପକ୍ଷରୁ ରୁପିନ୍ଦର ଓ ମନଦୀପ ୨ଲେଖାଏଁ ଗୋଲ ସ୍କୋର କରିଥିବା ବେଳେ ବିବେକ, ଆକାଶଦୀପ, ଦିଲପ୍ରୀତ ଓ ସୁନୀଲ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ ।

Leave A Reply

Your email address will not be published.