ନୂଆଦିଲ୍ଲୀ:କରୋନା ଭାଇରସ ପ୍ରଭାବ ଅଣାୟତ ହେବାରୁ ଭାରତୀୟ ମହିଳା ହକି ଟିମର ଚୀନ ଗସ୍ତ ବାତିଲ କରାଯାଇଛି । ଅଧିନାୟିକା ରାନୀ ରାମପଲ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି । ବର୍ତମାନ ଅଧିକାଂଶ ଟିମ୍ ପ୍ରୋ ଲିଗ୍ରେ ବ୍ୟସ୍ତ ଅଛନ୍ତି ।
ଆର୍ଜେଂଟିନା, ବେଲଜିୟମ, ଅଷ୍ଟ୍ରେଲିଆ, ଜର୍ମାନୀ, ଚୀନ,ଗ୍ରେଟବ୍ରିଟେନ, ନେଦରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ ଓ ଆମେରିକାଙ୍କର ବ୍ୟସ୍ତ ବହୂଳ କାର୍ଯ୍ୟସୂଚୀ ଥିବାରୁ ସେମାନେ ସିରିଜ ଖେଳିବା ନେଇ ରାଜି ହେଉ ନାହାନ୍ତି । ଏହା ପରେ ଆମେ କେଉଁ ଦେଶ ଗସ୍ତରେ ଯିବୁ ତାହା ଦଳର କୋଚ ଓ ହକି ଇଣ୍ଡିଆ ନିଷ୍ପତି ନେବେ ବୋଲି ରାନୀ କହିଛନ୍ତି ।
Comments are closed.