Latest Odisha News

BREAKING NEWS

ତୃତୀୟ ଦିନିକିଆ ଜିତି ଭାରତ ସିରିଜ ବିଜୟୀ

ଓ୍ବେଷ୍ଟଇଣ୍ଡିଜ ମାଟିରେ ଭାରତ ପ୍ରଥମ ଥର ପାଇଁ 3-0ରେ ସିରିଜ ବିଜୟୀ ହୋଇଛି । ତୃତୀୟ ମ୍ୟାଚରେ  ବର୍ଷା ବାରମ୍ବାର ହୋଇଥିବା ବେଳେ  ତୃତୀୟ ତଥା ଶେଷ ଦିନିକିଆକୁ 119 ରନରେ ଓ୍ବେଷ୍ଟଇଣ୍ଡିଜକୁ ଭାରତ ପରାସ୍ତ କରିଛି ।

ଭାରତ ପ୍ରଥମେ ବ୍ୟାଟିଂ କରି ଦୁଇ ଓପନର ଶିଖର ଧାୱନ ଓ ଶୁବମନ ଗିଲ୍‌ ଭଲ ଖେଳିଥିଲେ ।

ଧାୱନ ବ୍ୟକ୍ତିଗତ ୫୮ ରନ୍‌ରେ ଆଉଟ ହୋଇଥିଲେ ।   ଆୟର 44 ରନ୍ ଏବଂ ସୂର୍ଯ୍ୟକୁମାର ଯାଦବ 8 ରନ କରିଥିଲେ । ଶୁବମନ ୯୮ କରି ଶତକରୁ ବଂଚିତ ହୋଇଥିଲେ ।

ସଞ୍ଜୁ ସାମସନ ୬ ରନ୍ କରି ଅପରାଜିତ ରହିଥିଲେ। ୩୬ ଓଭରରେ ୩ ୱିକେଟ୍ ହରାଇ ଭାରତ ୨୨୫ ରନ୍ କରିଥିଲା ବେଳେ ପୁନର୍ବାର ବର୍ଷା ଆରମ୍ଭ ହୋଇଯାଇଥିଲା।

ଆଉ ୱେଷ୍ଟଇଣ୍ଡିଜ୍‌କୁ ଡକୱର୍ଥ/ ଲୁଇସ୍‌ ନିୟମରେ ୩୫ ଓଭରରୁ ୨୫୭ ରନ୍‌ର ଲକ୍ଷ୍ୟ ମିଳିଥିଲା।

ସନ

ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଗିଲ୍‌ ହୋଇଥିଲେ । ସେ ମଧ୍ୟ ମ୍ୟାନ ଅଫ ଦ ସିରିଜ ପୁରସ୍କାର ପାଇଥିଲେ ।

ୱେଷ୍ଟଇଣ୍ଡିଜ୍‌ ସମ୍ମୁଖରେ ୩୫ ଓଭରରୁ ୨୫୭ ରନ୍‌ର (ଡି/ଏଲ୍ ପଦ୍ଧତିରେ) ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାର ଜବାବରେ ୱେଷ୍ଟଇଣ୍ଡିଜ୍‌ ‌  ୨୬ ଓଭରରେ ୧୩୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଓ୍ବେଷ୍ଟଇଣ୍ଡିଜର  ସର୍ବାଧିକ ରନ କିଙ୍ଗ 42 ରନ ଏବଂ ପୂରନ 42 ରନ କରିଥିଲେ । 7ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ହୋପ 22 ରନ ଏବଂ ଓ୍ବାଲସ 10 ରନ କରିଥିଲେ ।

ଚହଲ 4ଟି ଉଇକେଟ ନେଇଥିଲାବେଳେ ସିରାଜ 2ଟି ଏବଂ ଠାକୁର 2ଟି ଉଇକେଟ ନେଇଥିଲେ ।

Leave A Reply

Your email address will not be published.