Latest Odisha News

BREAKING NEWS

ଏସୀୟ ଜୁନିୟର ରୋଇଂ ଚାମ୍ପିୟନ୍ସିପରେ ଓଡ଼ିଆ ଝିଅଙ୍କ କମାଲ୍ : ଭାରତ ଲାଗି ସ୍ୱର୍ଣ୍ଣ ଜିତିଲେ

 

ଭୁବନେଶ୍ୱର : କୋରିଆରେ ଅନୁଷ୍ଠିତ ହେଉଥିବା ଏସୀୟ ଜୁନିୟର ରୋଇଂ ଚାମ୍ପିୟନ୍ସିପରେ ଚାରିଜଣ ଓଡ଼ିଆ ଖେଳାଳି ଭାରତ ଲାଗି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ସ୍ୱର୍ଣ୍ଣପଦକ ଜିତିଥିବା ଓଡ଼ିଆ ଝିଅମାନେ ହେଲେ ରିତୁ କାଉଡ଼ି, ସୋନାଲି ସ୍ୱାଇଁ, ଦିପିକା ଖେସ, ଝରଣା ହସ୍ତି । ଏହି ସମସ୍ତ ଖେଳାଳି କଟକ ଜଗତପୁରସ୍ଥିତ ସାଇ ସେଣ୍ଟରରେ ରହି ପ୍ରଶିକ୍ଷଣ ନେଉଥିଲେ ।

ଏହି ୪ଜଣ ଓଡ଼ିଆ ଖେଳାଳିଙ୍କ ସଫଳତାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, “ଏସୀୟ ଜୁନିୟର ରୋଇଂ ଚାମ୍ପିୟନ୍ସିପରେ ସ୍ୱର୍ଣ୍ଣପଦକ ଜିତିଥିବାରୁ ରିତୁ କାଉଡ଼ି, ସୋନାଲି ସ୍ୱାଇଁ, ଦିପିକା ଖେସ ଓ ଝରଣା ହସ୍ତିଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଜଗତପୁରସ୍ଥିତ ସାଇ ପ୍ରଶିକ୍ଷଣ କେନ୍ଦ୍ରରେ ତାଲିମ ନେଇ ସଫଳତା ହାସଲ କରିଥିବାରୁ ମୁଁ ବେଶ୍ ଆନନ୍ଦିତ” ।

 

Leave A Reply

Your email address will not be published.