ଓଭାଲ:ଏଠାରେ ଅନୁଷ୍ଠିତ ୪ର୍ଥ କ୍ରିକେଟ ଟେଷ୍ଟରେ ଭାରତ ୧୫୭ ରନରେ ଇଂଳଣ୍ଡକୂୁ ପରାସ୍ତ କରିଛି । ଏଥିସହ ୫୦ ବର୍ଷ ପରେ ଓଭାଲରେ ଭାରତ ଆୟୋଜକ ଇଂଲଣ୍ଡକୁ ପରାସ୍ତ କରିବାରେ ସଫଳ ହୋଇଛି । ସେହିପରି ୩୫ ବର୍ଷ ପରେ ଇଂଲଣ୍ଡ ମାଟିରେ ଭାରତ ଗୋଟିଏ ସିରିଜରେ ୨ଟି ମ୍ୟାଚ ଜିତିଛି । ଭାରତ ସିରିଜରେ ୨-୧ରେ ଆଗୁଆ ରହିଛି । ୩୬୮ ରନର ଟାର୍ଗେଟକୁ ପିଛା କରି ଘରୋଇ ଦଳ ୨୧୦ ରନରେ ଅଲଆଉଟ ହୋଇ ଯାଇଥିଲା । ରରୀ ବର୍ଣ୍ଣସ(୫୦) ଓ ହସିବ ହମୀଦ(୬୩) ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଜୋ ରୁଟ ୩୬ ରନର ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ଉମେଶ ଯାଦବ ୩ଟି ଏବଂ ଯଶପ୍ରୀତ ବୁମରାହ, ଶାର୍ଦ୍ଦୁଳ ଠାକୁର ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଁଏ ଉଇକେଟ ହାସଲ କରିଥିଲେ ।
ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୧୯୧ ରନ ଜବାବରେ ଇଂଲଣ୍ଡ ୨୯୦ରନ ସଂଗ୍ରହ କରିଥିଲା । ଦ୍ୱିତୀୟ ଇନିଂସରେ ଭାରତ ୪୬୬ ରନ କରିଥିଲା । ୧୦୦ ରନରେ ପ୍ରଥମ ଉଇକେଟ ହରାଇଥିବା ଇଂଲଣ୍ଡ ନାଟକୀୟ ଢ଼ଙ୍ଗରେ ଆଉ ୫ଟି ଉଇକେଟ ୪୭ ରନରେ ହରାଇଥିଲା । ଏହା ପରେ ଭାରତୀୟ ବୋଲର ତାଙ୍କୁ ଆଉ ପ୍ରତ୍ୟାବର୍ତନ କରିବା ସୁଯୋଗ ଦେଇ ନ ଥିଲେ । ରୋହିତ ଶର୍ମା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
BREAKING NEWS
- ହୋଟେଲ୍, ଢାବାରେ କାଠ ଓ କୋଇଲା ଜାଳିଲେ ଲାଗିବ ଫାଇନ: ବିଏମସି
- ଆସନ୍ତାକାଲି ବନକଲାଗି ନୀତି: ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ
- ବାଲି ନେଲା ଜୀବନ; ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଦୁର୍ଘଟଣାରେ ସାମ୍ବାଦିକାଙ୍କ ସମେତ ୨ ମୃତ
- Demand For Ban Non-Hindus: କୁମ୍ଭମେଳା ଏରିଆରେ ନିଷେଧ ହେବ ଅଣହିନ୍ଦୁଙ୍କ ପ୍ରବେଶ, ମୁଖ୍ୟମନ୍ତ୍ରୀ ଧାମିଙ୍କ ଆଗରେ ଉଠିଲା ପ୍ରସଙ୍ଗ, କୁମ୍ଭମେଳା ସୀମା ନେଇ ବି ଉଠିଲା ପ୍ରଶ୍ନ…
- Mysterious temple ରହସ୍ୟମୟ ମନ୍ଦିର: ଆପେ ଆପେ ପରିବର୍ତ୍ତନ ହୁଏ ଶିବ ଲିଙ୍ଗର ରଙ୍ଗ, ଜାଣନ୍ତୁ…
- Srimandir News: ପୁଣି ଶ୍ରୀମନ୍ଦିର ଭିତରେ ମିଳିଲା ବାହାର ଘିଅ, ୨ ସୁଆରଙ୍କୁ ନୋଟିସ ଜାରି
- ଜଣ୍ଡିସ ବ୍ୟାପିବା ଘଟଣାରେ ସ୍ଥିତି ପରିଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
- ODISHA VIGILANCE: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡିଗଲେ ଫରେଷ୍ଟର ବାବୁ
- ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଅଭିଯୋଗ, ଯୁବକ ଗିରଫ
- ଏୟାରପୋର୍ଟରୁ ବିଦେଶୀ ସିଗାରେଟ୍ ଜବତ, ୮ ଅଟକ
Comments are closed.