Latest Odisha News

ଟି୨୦: ହାତରେ ଗୋଟିଏ ମ୍ୟାଚ ବାକି ଥାଇ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ସିିରିଜ ବିଜୟୀ

ରାୟପୁର: ଏଠାରେ ଅନୁଷ୍ଠିତ ୪ର୍ଥ ଟି୨୦ରେ ଭାରତ ୨୦ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ହାତରେ ଆଉ ଗୋଟିଏ ମ୍ୟାଚ ବାକିଥିବା ବେଳେ ଟିମଇଣ୍ଡିଆ ୩-୧ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତି ନେଇଛି । ଅଧିନାୟକ ଭାବେ ସୂର୍ଯ୍ୟକୁମାର ଯାଦବଙ୍କ ଏହା ପ୍ରଥମ ସିରିଜ ବିଜୟ । ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ବିନିମୟରେ ୧୭୪ ରନ କରିଥିଲା । ଯଶସ୍ୱୀ ଜୈସୱାଲ ୩୭, ରିତୁରାଜ ଗାଏକ୍ୱାଡ ୩୨, ରିଙ୍କୁ ସିଂ ୪୬ ଓ ଜିତେଶ ଶର୍ମା ୩୫ ରନ କରି ଅପରାଜିତ ରହିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ବେନ ଡ୍ୱାରସୁଇସ ୩ଟି ଏବଂ ତନଭୀର ସାଂଘା ଓ ଜାସନ ବେହେରନଡରଫ ୨ଟି ଲେଖାଁଏ ୱିକେଟ ନେଇଥିଲେ । ୧୭୫ ରନର ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୭ ୱିକେଟ ବିନିମୟରେ ୧୫୪ ରନ କରିବାକୁ ସକ୍ଷମ ହୋଇଥିଲା ।

ମାଥ୍ୟୁ ୱାଡେ ୩୬ ରନ କରି ଅପରାଜିତ ରହିଥିବା ବେଳେ ଟ୍ରେଭିସ ହେଡ ୩୧ ଓ ମାଥ୍ୟୁ ଶର୍ଟ ୨୨ ରନ କରିଥିଲେ । ଭାରତ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ଅକ୍ଷର ପଟେଲ ୩ଟି ୱିକେଟ ନେଇଥିବା ବେଳେ ଦୀପକ ଚହର ୨ଟି ୱିକେଟ ନେଇଥିଲେ । ପ୍ରଥମ ୨ଟି ଟି୨୦ ଭାରତ ଜିତିଥିବା ବେଳେ ଅଷ୍ଟ୍ରେଲିଆ ତୃତୀୟ ଟି୨୦ ଜିତି ସିରିଜ ରୋମାଂଚ ଭରିଥିଲା । ତେବେ ଭାରତ ୪ର୍ଥ ମ୍ୟାଚଜୁ ଜିତ ସିରିଜ କବଜା କରିଛି ।

Leave A Reply

Your email address will not be published.